ଭାରତ ହାତରେ ପଞ୍ଚମ କାଂସ୍ୟ: କୁସ୍ତିରେ ଅମନଙ୍କୁ ପ୍ରଥମ ପଦକ
ପ୍ୟାରିସ୍: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଛନ୍ତି। ଶୁକ୍ରବାର କାଂସ୍ୟ ପଦକ ମୁକାବିଲାରେ ପୁର୍ତ୍ତୋରିକୋର ଡାରିଆନ୍ ତୋଇ କ୍ରୁଜ୍ଙ୍କୁ ୧୩-୫ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ମ୍ୟାଚ୍ର ପ୍ରଥମ ପିରିୟଡ୍ରେ ଅମନ ୬-୩ରେ ଅଗ୍ରଣୀ ପାଇଥିଲା ବେଳେ ଦ୍ବିତୀୟରେ ୭-୨ ପଏଣ୍ଟ ପାଇ ଏକତରଫା ଭାବେ ଜିତିଥିଲେ। ଫଳରେ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୪୧ରେ ପହଞ୍ଚିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଜିତିଥିବା ୬ ପଦକର ସମକକ୍ଷ ବି ହୋଇଛି ଭାରତ। ତେବେ ଗତ ସଂସ୍କରଣ ୭ ପଦକଠୁ ଗୋଟିଏ ପଛରେ ରହିଛି
Comments are closed.