ବାଦାମ କମାଇବ ମେଦବହୁଳତା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ ମେଦବହୁଳତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଜାଣନ୍ତୁ ବାଦାମରେ ଏପରି କି ଗୁଣ ଅଛି ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ।

ଶରୀରରେ ମେଟାବୋଲିଜମ୍‌ ଠିକ୍‌ ରହିବା ଫଳରେ ବ୍ୟକ୍ତି ସୁସ୍ଥ ରହିଥାଏ। କାରଣ ଏହାଦ୍ୱାରା ବିଭିନ୍ନ ଅଙ୍ଗରେ କାର୍ବୋହାଇଡ୍ରେଟ୍‌ ଜମା ହୋଇ ନ ଥାଏ । ତେଣୁ ଚିନାବାଦାମରେ ମେଟାବୋଲିଜମ୍‌ ସକ୍ରିୟ କରିବାର ତତ୍ତ୍ୱ ଅଧିକ ମାତ୍ରାରେ ରହିଥିବାରୁ ମେଦବହୁଳତା ସମସ୍ୟାରୁ ମୁକ୍ତି ମିଳିଥାଏ।

ଚିନାବାଦାମ ଖାଇବା ଫଳରେ ଭୋକ ଲାଗି ନ ଥାଏ। ତେଣୁ ଏହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।

ଏଥିରୁ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ ଯାହା ଓଜନ କମ୍‌ କରେ।

Comments are closed.