ମହାକାଶରେ ଧାନଚାଷ !

‘ଜହ୍ନରେ ଲେଖିବା ନାଁ’, ‘ଜହ୍ନ ରାଇଜରେ ଯାଗାଟେ କିଣିଛି’, ପରି ଗୀତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କେବେ ମହାକାଶରେ ଧାନ ଚାଷହେବା କଥା ଶୁଣିଛନ୍ତି କି ? କଥାଟି ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚୟ । କିନ୍ତୁ କଥାଟି ସତ । ମହାକାଶରେ ହେଉଛି ଧାନଚାଷ ।

ଚୀନର ମହାକାଶଚାରୀମାନେ ଟିଆନଗଙ୍ଗ ମାହାକାଶ ଷ୍ଟେସନରେ ସଫଳତା ପୂର୍ବକ ଧାନ ଗଛ ବଢାଇଛନ୍ତି । ଦୀର୍ଘକାଳୀନ ମହାକାଶଚାରୀମାନେ କିଭଳ ମହାକାଶକୁ ଖାଦ୍ୟ ଚାଷ କରିପାରିବେ, ସେ କ୍ଷେତ୍ରରରେ ଏହି ପରୀକ୍ଷା ଗୁରୁତ୍ତପୂର୍ଣ୍ଣ ତଥ୍ୟ ପ୍ରଦାନ କରିପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହା ପୂର୍ବରୁ ମହାଆକାଶରେ ଧାନ ଗଛ ବଢାଇବା ଉପରେ ପରୀକ୍ଷା ହୋଇଛି । କିନ୍ତୁ ଟିଆନଗଙ୍ଗ ମହାଆକାଶ ଷ୍ଟେସନରେ ଏପ୍ରକାର ପ୍ରୟାସ ପ୍ରଥମ । ଧାନ ଚାରାର ସମ୍ପୁର୍ଣ୍ଣ ଜୀବନ ଚକ୍ରର ପ୍ରୟାସ ପ୍ରଥମ ଥର ହୋଇଛି । ଧାନର ରୋପଣରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଧାନ ଗଛ ଉଠିବାଠୁ ଧାନ ଫଳିବା ଓ ନୂଆ ବିହନ ସୃଷ୍ଟି ହେବା ପରେ ଚକ୍ର ଶେଷ ହୋଇଥାଏ ।

ଗତ ଜୁଲାଇ ୨୪ ତାରିଖରେ ଚୀନ ନିଜର ମହାକାଶ ଷ୍ଟେସନ ତିଆନହି କୋର ମଡ୍ୟୁଲ ଜରିଆରେ ପୃଥିବୀ କକ୍ଷରେ ୱେଣ୍ଟିଆନ ସ୍ପେସ ଲାବୋରେଟୋରୀ ଲଞ୍ଚ କରିଥିଲା । ଏହି ମହାଆକାଶ ଲ୍ୟାବ ଦେଶର ସର୍ବବୃହତ ଭାରୀ ମହାକାଶଯାନ । ଏହାର ଉଚ୍ଚତା ୧୭.୯ ମିଟର ,ଓଜନ ୨୩ ମେଟ୍ରିକ ଟନ । ଏଥିରେ ୮ ପରୀକ୍ଷାଣ କରାଯାଉଛି । ତନ୍ମଧ୍ୟରେ ଧାନ ପରୀକ୍ଷଣ ଅନ୍ୟତମ ।

ଅମଲିକ୍ୟୁଲାର ପ୍ଲାଣ୍ଟ ସାଇନ୍ସେସରେ ସେଣ୍ଟର ଫର ଏକ୍ସିଲେନ୍ସର ଗବେଷକ ଝେଙ୍ଗ ହିଇକିଓଙ୍ଗ କହିଛନ୍ତି ,ଗତ ଜୁଲାଇ ମାସରୁ ମହାକାଶ ଷ୍ଟେସନରେ ଧାନ ଚାଷ ପରୀକ୍ଷଣ ଆରମ୍ଭ ହୋଇଥିଲା । ଟଲ ଶୁଟ କିସମର ଧାନ ଗଛ ଯାହାର ଉଚ୍ଚତା ପ୍ରାୟ ୩୦ ସେମି । ଧାନ ଗଛ ସହ ଏଠାରେ ସୋରିଷର କେ ବିସମ ଆରାବିଡୋପସିସ ଥାଲିଆନା ନାମକ ଫୁଲ ଗଛ ମଧ୍ୟ ଗବେଷକମାନେ ଏଠାରେ ଫଳାଇଛନ୍ତି । ୧୯୮୦ ମସିହାରୁ ଚୀନ ଧାନ ଓ ଅନ୍ୟ ମଞ୍ଜି ପଠାଉଛି ।

Comments are closed.