ଜିରା ଆଣିବ ମୁଁହରେ ଚମକ

ଭୁବନେଶ୍ୱର : ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଜିରା ମଧ୍ୟ ରହିଥାଏ । ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ । ଜିରାରୁ ପ୍ରସ୍ତୁତ ଫେସସ୍କ୍ରବ ଏବଂ ଫେସପ୍ୟାକ ତ୍ୱଚା ପାଇଁ ବହୁତ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଜିରା ଫେସସ୍କ୍ରବ ଏବଂ ଫେସପ୍ୟାକର ପ୍ରସ୍ତୁତି ,ବ୍ୟବହାର ଏବଂ ଉପକାରୀତା ସମ୍ପର୍କରେ ।

ଜିରା ଫେସସ୍କ୍ରବ୍ ପ୍ରସ୍ତୁତି ପ୍ରଣାଳୀ-

-ଏକ ପାତ୍ରରେ କିଛି କଂଚା ଜିରା ନେଇ ସେଥିରେ ଚିନି ,ମହୁ, ଆଲମଣ୍ଡ ଅଏଲ ପକାଇ ଗୋଳାଇବେ । ତାପରେ ଏହାକୁ ନେଇ ଏକ ଡବାରେ ପୁରାଇ ରଖିବେ । ଚିନି ସହ ଜିରା ଭଲଭାବେ ମିଶିଯିବା ପରେ, ଏହାକୁ ବ୍ୟବହାର କରିବେ ।

ବ୍ୟବହାର-

-ପ୍ରଥମେ ତ୍ୱଚାକୁ ଧୋଇ ସଫା କରିବେ । ଏହାପରେ ହାତରେ ଅଳ୍ପ ଅଳ୍ପ ଏହି ମିଶ୍ରଣକୁ ନେଇ ତ୍ୱଚାରେ ଲଗାଇ ଧିରେଧିରେ ମସାଜ କରିବେ । କିଛି ସମୟ ମସାଜ କରିବା ପରେ, ତ୍ୱଚାକୁ ଧୋଇ ସଫା କରିବେ ।

ଜିରା ଫେସପ୍ୟାକ ପ୍ରସ୍ତୁତି ପ୍ରଣାଳୀ-

-କଂଚା ଜିରାରେ ଦହି ଏବଂ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ତ୍ୱଚାରେ ଲଗାଇ ଶୁଖିବା ଯାଏ ଛାଡିବେ । ତାପରେ ଏହାକୁ ଧିରେ ଧିରେ ମସାଜ କରି ଧୋଇ ସଫା କରିବେ ।

-ଜିରାକୁ ଗୁଣ୍ଡ କରି ସେଥିରେ ହଳଦୀ ପାଉଡର ଏବଂ ପାଣି ମିଶାଇ ମଧ୍ୟ ଫେସପ୍ୟାକ ପ୍ରସ୍ତୁତ କରିପାରିବେ ।

ଜିରା ପାଉଡରରେ ବେସନ ଏବଂ କଂଚା କ୍ଷୀର ମିଶାଇ ମଧ୍ୟ ଜିରା ଫେସପ୍ୟାକ୍ ପ୍ରସ୍ତୁତ କରି ପାରିବେ ।

ଉପକାରୀତା-

ଏହା  ତ୍ୱଚାରେ କୁଞ୍ଚନ ପଡିବା ସମସ୍ୟାକୁ କମ୍ କରିବା ସହିତ, ତ୍ୱଚାକୁ ବେଦାଗ, ଟ୍ୟାନିଂ ଦୂର କରିବା, ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ ।

Comments are closed.