ରେଭେନ୍ସାରୁ କରୋନା ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ

କଟକ: ରାଜ୍ୟରେ ପୁଣି ଠାରେ ସକ୍ରିୟ ହେବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

କୋଭିଡ୍ ସ୍ଥିତିରେ ସୁଧାର ପରେ ପରୀକ୍ଷା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ର କହିଛନ୍ତି । କେବେ ହେବ ପରୀକ୍ଷା ନିଷ୍ପତ୍ତି ପାଇଁ ଆଜି ବସୁଛି ବୈଠକ । ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ(XIMB) କରୋନା ଆକ୍ରାନ୍ତ ବାହାରିଥିଲେ ।

ଅନ୍ୟପଟେ ରେଭେନ୍ସା ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । କିଛି ଦିନ ତଳେ ଜଣେ ଅଧ୍ୟାପିକା ବି କରୋନା ସଂକ୍ରମିତ ହୋଇଥିଲେ।

Comments are closed.