କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଇଂଲିଶ ଏଚ୍‌ଓଡି

ବାରିପଦା (ବ୍ୟୁରୋ ରିପୋର୍ଟ) : ବାରିପଦା ସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡିଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଥିଲାକଲେଜ ଛାତ୍ରୀଙ୍କୁ ଏକା ପାଇଁ କରିଥିଲେ ଦୁର୍ବ୍ୟବହାର। ଘଟଣା ଅନୁଯାୟୀ ଗତ 15 ତାରିଖରେ ଇଂଲିଶ ପିଜିର ଜଣେ ଶେଷ ବର୍ଷର ଛାତ୍ରୀ ମହାବିଦ୍ୟାଳୟକୁ ପଢିବା ପାଇଁ ଆସିଥିଲେ..ତାଙ୍କୁ ଏକ ବସିଥିବାର ଦେଖି ଏଚ୍‌ଓଡି ସାର ଏହାର ସୁଯୋଗ ନେଇ ଉକ୍ତ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଘଟଣାର ତଦନ୍ତ ପାଇଁ ଇଣ୍ଟରନାଲ୍‌ କମିଟିକୁ ସୂଚନା ଦେଇଥିଲେ। କିନ୍ତୁ ଏଚ୍‌ଓଡି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଛତ୍ରଛାତ୍ରୀମାନେ ଉତ୍‌କ୍ଷିପ୍ତ ହୋଇ ଗତକାଲି ମହାବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ପିଲାମାନଙ୍କୁ ବୁଝାଇବାକୁ ଯେତେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ମାନି ନଥିଲେ। ଫଳରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଚ୍‌ଓଡିଙ୍କୁ ଛୁଟିରେ ଯିବା ପାଇଁ ନିର୍ଦେଶ ଦେଇଥିଲେ। ତଦନ୍ତ ନ ସରିବା ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗଦେଇପାରିବେ ନାହିଁ ବୋଲି ମହାବିଦ୍ୟାଳୟର କର୍ତ୍ତୃପକ୍ଷ କହିଥିଲେ। ହେଲେ ସାର ଆମର ଛୁଟିରେ ନଯାଇ କଲେଜ ପରିସରରେ ଲୁଚି ରହିଥିଲେ। ଏହା ଜାଣି ପିଲାମାନେ ସାରଙ୍କୁ ଧରି ପୋଲିସ ହାତରେ ଦେଇଥିଲେ।

Comments are closed.