ପାକିସ୍ତାନରେ ଲାଗୁ ହେବ ଜରୁରୀ ପରିସ୍ଥିତି ?

ଇସ୍ଲାମାବାଦ : ପାକିସ୍ତାନ ପୁଣି ଥରେ ଅନ୍ଧାର ଯୁଗକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି । ଇସଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନଙ୍କୁ ଜାମିନ ମିଳିବା ମାତ୍ରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ କ୍ୟାବିନେଟ୍ ସୁପାରିସ କରିଥିବା ସୂଚନା ମିଳିଛି । ଏହି ସୁପାରିସକୁ ଗ୍ରହଣ କରାଗଲେ ପାକିସ୍ତାନରେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବ । ଏହା ପରେ ଦେଶରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସେନା ଓ ପୁଲିସ ହାତ ଅଧିକ କ୍ଷମତା ଆସିବ । ଏପରି ହେଲେ ଇମ୍ରାନଙ୍କ ସମସ୍ୟା ଆହୁରି ବଢିବାର ଆଶଙ୍କା ରହିଛି । କାରଣ ଉଭୟ ପାକିସ୍ତାନ ସେନା ଓ ସରକାର ଏବେ ଇମ୍ରାନଙ୍କ ବିରୋଧୀ ହୋଇଯାଇଛନ୍ତି ।

ଇମ୍ରାନ୍ ଖାନ୍ ନିକଟ ଅତୀତରେ ସେନା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ ଓ ସେନାକୁ ଟାର୍ଗେଟ କରିଥିଲେ । ଏହାର କିଛି ଦିନ ପରେ ତାଙ୍କୁ ମେ ୯ ତାରିଖରେ ଇସଲାମାବାଦ ହାଇକୋର୍ଟ ପରିସରରୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଥିଲା। ଯାହା ପରେ ଇମ୍ରାନଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ସେନା ପ୍ରତିଷ୍ଠାନ ଓ ଜାତୀୟ ସଂପତ୍ତି ଉପରେ ଆକ୍ରମଣ କରିଥିଲେ । ଏହା ସହିତ ସମଗ୍ର ପାକିସ୍ତାନରେ ବ୍ୟାପକ ହିଂସା ଓ ଜଳାପୋଡ଼ା ଦେଖାଦେଇଥିଲା । ତେବେ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଜାମିନ ଦେବା ପରେ ସ୍ଥିତିରେ କିଛିଟା ଉନ୍ନତି ଆସିଛି ।

Comments are closed.