ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
ରଣପୁର(ଚିରଞ୍ଜିବି ଦାଶ) : ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର l ରଣପୁର ବ୍ଲକ ଅନ୍ତର୍ଗତ ଜିରିପଡ଼ା ଗ୍ରାମର 73 ବର୍ଷୀୟ ଶ୍ରୀନିବାସ ପ୍ରଧାନ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା l ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା l ସେଠରେ ପ୍ରାଥମିକ ଚିକିତ୍ସା ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ କଟକ SCB କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ବାରମ୍ବାର ରଣପୁର ଅଂଚଳରେ ହାତୀ ଆକ୍ରମଣରେ ଅନେକ ଧନଜୀବନ ନଷ୍ଟ ହେଉଥିବା ବେଳେ ବନବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣ ପ୍ରଶ୍ନ ଉଠିଛି |
Comments are closed.