ଶ୍ୱାସ ରୋଗରୁ ଭଲ ହେବ ପାଇଁ ଖାଆନ୍ତୁ ଆତ
ସାଧାରଣତଃ ଆତ ଖାଇବାକୁ ଭାରି ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଫାଇବର୍ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ। ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଆତ ଖାଇଲେ କେଉଁ ସବୁ ରୋଗୀଙ୍କ ପାଇଁ ଭଲ।
୧. ଆତରେ ଭିଟାମିନ୍ ‘ବି ୬’ ରହିଛି। ଏହାକୁ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ।
୨. ଏଥିରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍ ହୃଦ୍ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ଏଥିପାଇଁ ହୃଦ୍ରୋଗୀଙ୍କୁ ନିୟମିତ ଆତ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।
୩. ଆତରେ ଭିଟାମିନ୍ ଏ, ଭିଟାମିନ୍ ସି ଓ ରିବୋଫ୍ଲାବିନ୍ ପରି ପୋଷକତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।
୪. ଏଥିରେ ଥିବା କପର୍ ଓ ଆଇରନ୍ ଗର୍ଭବତୀଙ୍କ ପାଇଁ ବେଶ୍ ଭଲ। ଗର୍ଭାବସ୍ଥାରେ ଆତ ଖାଇଲେ ଗର୍ଭଜନିତ କଷ୍ଟ ଅନେକାଂଶରେ ଦୂର ହୋଇଥାଏ।
୫. ଆତରେ ଥିବା ଫାଇବର୍ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।
୬. ଏଥିରେ ଆଇରନ୍ ଓ କପର୍ ଥିବା ଯୋଗୁ ଏହା ରକ୍ତହୀନତା ସମସ୍ୟାକୁ ଦୂର କରିଥାଏ।
୭. ଆତ ଖାଇଲେ ବ୍ଲଡ୍ ପ୍ରେସର କମ୍ ହୋଇଥାଏ।
Comments are closed.