ଡିସେମ୍ବର ୬ରେ ହେବ ସିଏଏ ଶୁଣାଣି

ନୂଆଦିଲ୍ଲୀ:ସିଏଏ ମାମଲାରେ ଆସନ୍ତା ‌ଡିସେମ୍ବର ୬ରେ ଏହାର ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। କୋର୍ଟ ଦୁଇଜଣ ଓକିଲଙ୍କୁ ସମସ୍ତ ଆବଶ୍ୟକ ତଥ୍ୟ ଓ ଦଲିଲ ଏକତ୍ରିତ କରିବା ପାଇଁ ଦାୟିତ୍ବ ଦେଇଛନ୍ତି। କୋର୍ଟ ଆସାମ ଓ ତ୍ରିପୁରା ସରକାରଙ୍କୁ ମଧ୍ୟ ଦୁଇ ସପ୍ତାହ ଭିତରେ ସମ୍ପୃକ୍ତ ପ୍ରସଙ୍ଗରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି।

ଅଲ୍ ଆସାମ ଷ୍ଟୁଡେଣ୍ଟସ ୟୁନିୟନ (ଏଏଏସ୍‌ୟୁ) ଓ ଅନ୍ୟମାନେ ସିଏଏର ବୈଧତାକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନ ଉପରେ ପ୍ରଧାନବିଚାରପତି ୟୁୟୁ ଲଲିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ। ଏହି ଅବସରରେ ଖଣ୍ଡପୀଠ ଆବେଦନକାରୀ ଆଇୟୁଏମ୍‌ଏଲ୍‌ଙ୍କ ଓକିଲ ପଲ୍ଲବୀ ପ୍ରତାପ ଓ ନୋଡାଲ ଓକିଲ କାନୁ ଅଗ୍ରୱାଲଙ୍କୁ ଆବଶ୍ୟକ ତଥ୍ୟ ଓ ଦଲିଲ ଏକାଠି କରିବା ପାଇଁ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬ରେ ହେବ ବୋଲି କୋର୍ଟ କହିଛନ୍ତି।

Comments are closed.