ପ୍ରତ୍ୟେକ ଦିନ ଖାଆନ୍ତୁ ନିମ୍ବ ପତ୍ର ମିଳିବ ଏହି ସବୁ ଫାଇଦା

ପାଟିକୁ ପିତା ହୋଇଥିଲେ ମଧ୍ୟ ନିମ୍ୱ ଶରୀରକୁ ଥଣ୍ଡା କରିବା ସହିତ କଫ ଭଲ କରିଥାଏ। ଏହା ବ୍ୟତୀତ ନିମ୍ୱ କିଡ୍‌ନୀକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ନିମ୍ୱ ଖାଇଲେ ଅନ୍ୟ କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

୧. ଯଦି ଆପଣଙ୍କର ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ନିମ୍ୱ ପତ୍ର ବାଟି ଲଗାନ୍ତୁ। ଏଥିରେ ଥିବା ଜୀବାଣୁରୋଧି ଗୁଣ ବ୍ରଣ ଭଲ କରିଥାଏ। ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମୁହଁର କଳା ଦାଗକୁ ଭଲ କରିଥାଏ।

ଜାତୀୟ କର୍କଟ ସଚେତନତା ଦିବସ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା
କର୍କଟ ବା କ୍ୟାନସର। ଏହି ନାଁ ଶୁଣିବା ମାତ୍ରେ ଛାତିରେ ଛନକା ପଶେ। କାରଣ ବିଶ୍ୱର ମାରାତ୍ମକ ରୋଗ ମଧ୍ୟରୁ…

୨. ଅଳ୍ପ ନିମ୍ୱ ପତ୍ର ଆଣି ପାଣିରେ ଫୁଟାନ୍ତୁ। ଏହି ପାଣି ଥଣ୍ଡା ହୋଇଯିବା ପରେ ଏଥିରେ ମୁହଁ ଧୁଅନ୍ତୁ।

୩. ନିମ୍ୱ ପତ୍ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ତେଣୁ କ୍ୟାନସର ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ନିମ୍ୱ ଖାଇଲେ କ୍ୟାନସର ରୋଗୀଙ୍କ ଶରୀରରେ କୋଷ ବିଭାଜନ କମ୍‌ ହୋଇଥାଏ। ଯାହା କେମୋଥେରାପିରେ ସାହାଯ୍ୟ କରିଥାଏ।

୪. ୪ରୁ ୫ଟି ଲିମ୍ୱ ପତ୍ରକୁ ଭଲ ଭାବରେ ଧୋଇ ସକାଳେ ଖାଲି ପେଟରେ ଖାଆନ୍ତୁ। ଏହାଦ୍ୱାରା ପେଟର ଅନ୍ୟ ରୋଗ ନିୟନ୍ତ୍ରଣ ହୋଇଥାଏ।

୫. ନିମ୍ୱ କାଠିରେ ଦାନ୍ତ ଘଷିଲେ ଦାନ୍ତ ମୂଳ ମଜବୁତ୍‌ ହୋଇଥାଏ। ଏଥିରେ ଥିବା ଆଣ୍ଟିମାଇକ୍ରୋବିୟାଲ୍‌ ଗୁଣ ଦାନ୍ତ ସଫା କରିବା ସହିତ ପାଇରିଆକୁ ଭଲ କରିଥାଏ। ଆପଣ ଚାହିଁଲେ ନିମ୍ୱ କାଠିରେ ଟୁଥ୍‌ପେଣ୍ଟ ଲଗାଇ ମଧ୍ୟ ଘଷି ପାରିବେ।

Comments are closed.