ନକଲି ଫେସବୁକ ଆଇଡ଼ିରେ ନଗ୍ନ ଫଟୋ ପଠାଇ ବାବା ଗିରଫ

ଭୁବନେଶ୍ୱର: ରାଜଧାନୀରେ ଭଣ୍ଡବାବାର କଳା କାରନାମା । ନକଲି ଫେସବୁକ ଆଇଡ଼ି କରି ନଗ୍ନ ଫଟୋ ପଠାଉଥିଲା ବାବା। ଜଣେ ନାବାଳିକାଙ୍କ ନାଁରେ ଖୋଲିଥିଲା ଫେସବୁକ ଆଇଡି । ସମ୍ପୃକ୍ତ ନାବାଳିକାଙ୍କୁ ଭଣ୍ଡ ବାବା ଜଣକ କରୁଥିଲା ପ୍ରେମ ନିବେଦନ। ତେବେ ଏଥିରେ ନାବାଳିକା ରାଜି ନହେବାରୁ ତାକୁ ଧମକ ଦେଉଥିଲା । ସେହିପରି ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ମାଗିବା ସହ ବ୍ଲାକମେଲ କରୁଥିଲା। ଅଭିଯୁକ୍ତକୁ ଭୁବନେଶ୍ୱର ସାଇବର ଥାନା ଗିରଫ କରିଛି ।

ଅଭିଯୁକ୍ତର ନାଁ ପରୀକ୍ଷିତ ନାୟକ ହୋଇଥିବା ବେଳେ ତାର ଘର ଅନୁଗୁଳ ବୋଲି ଜଣାପଡିଛି। ରାଜଧାନୀରେ କାଳିଆ ଦାସ ନାଁରେ ରହୁଥିଲା ପରୀକ୍ଷିତ। ଇସ୍କନ ଦୀକ୍ଷିତ ଥିବା ପରୀକ୍ଷିତ ମନ୍ଦିରରେ ଚଳାଇଥିଲା ଭାଣ୍ଡାମି । ପରୀକ୍ଷିତ ଟାର୍ଗେଟରେ ୧୮ରୁ ୨୫ ବର୍ଷୀୟ ଯୁବତୀ ଥିଲେ ବୋଲି ଜଣାପଡ଼ିଛି।

Comments are closed.