ରାଜଧାନୀରେ ଭେଜାଲ ଔଷଧ ! ହେଲା ଚଢ଼ାଉ
ଭୁବନେଶ୍ବର: ନକଲି ଔଷଧ କାରବାର ଅଭିଯୋଗ ପରେ ତତ୍ପର ହେଲା ଡ୍ରଗ ବିଭାଗ । ଡ୍ରଗ କଣ୍ଟ୍ରୋଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢାଉ। ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବେଶ୍ବରରେ ଚଢାଉ କରାଯାଇଛି । କଟକ ଓ ଖୋର୍ଦ୍ଧାରେ ନକଲି ଔଷଧ ପ୍ରସ୍ତୁତିକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଲଗାତାର ଭାବରେ ଚଢ଼ାଉ କରାଯାଉଛି।
ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲମା – ୪୦ ଓ ଟେଲମା ଏ.ଏମ ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବନେଶ୍ବରରେ ଚଢାଉ କରାଯାଇଛି । ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଗୁଡିକ ଲ୍ୟାବକୁ ପଠାଯାଉଛି । ଯଦି ନକଲି ଔଷଧ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ ପୋଲିସ ଓ ସିବିଆଇର ମଧ୍ୟ ସାହାରଯ୍ୟ ନିଆଯିବ । ତେବେ ଏହାର ଚେର କେଉଁଆଡେ ଲମ୍ବିଛି ସେନେଇ ଖୋଳତାଡ କରିବା ସହ ତଦନ୍ତ ଜାରି ରଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଯେଉଁ ମାନେ ବି ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗୁରୁବାର ଡ୍ରଗ କଣ୍ଟ୍ରୋଲ ବିଭାଗ ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।
Comments are closed.