ଗୁଜୁରାତି ପାଣି ପିଇବା ଦ୍ବାରା ମିଳିଥାଏ ଅନେକ ଫାଇଦା

ମତରେ ନିୟମିତ ଭାବେ ଗୁଜୁରାତି ପାଣି ପିଇବା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ବେଶ୍ ସହଜ ତଥା ସରଳ ଉପାୟରେ ଏହି ଗୁଜୁରାତି ପାଣିକୁ ପ୍ରସ୍ତୁତ କରିହେବ । ଗୋଟେ ଲିଟର ପାଣିରେ ୫ଟି ଗୁଜୁରାତିକୁ ପକାଇ ରାତିସାରା ରଖନ୍ତୁ । ସକାଳୁ ଏହି ପାଣିକୁ ଗରମ କରି ପିଅନ୍ତୁ । ଦିନ ଭିତରେ ୨-୩ଥର ଏହି ଗୁଜୁରାତି ପାଣି ପିଇବା ଅଭ୍ୟାସ କରନ୍ତୁ ।
– ଫାଇବର ତତ୍ତ୍ୱ ମହଜୁଦ୍ ଥିବାରୁ ଗୁଜୁରାତି ଆମ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ

– ଗୁଜୁରାତି ପାଣି ପିଇଲେ ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ । ବିଶେଷଜ୍ଞଙ୍କ ମତରେ ଗୁଜୁରାତି ରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ତତ୍ତ୍ୱ ରକ୍ତଚାପ କମ୍ କରିବାରେ ରକ୍ତଚାପ ସାହାଯ୍ୟ କରେ । ଏପରିକି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଔଷଧ ଭଳି କାମ କରିଥାଏ ।

– ଖାଦ୍ୟକୁ ଭଲଭାବେ ହଜମ କରିବା ପାଇଁ ନିୟମିତ ଭାବେ ଗୁଜୁରାତି ପାଣି ସକାଳ ବେଳା ପିଇଲେ ତାହା କାମ କରେ । କେତେଜଣଙ୍କ ପେଟ ଜ୍ୱାଳାପଡା ହୁଏ , ସେମାନେ ଏହି ଗୁଜୁରାତି ପାଣି ପିଇଲେ ଉପଷମ ମିଳେ ।

– ବର୍ତ୍ତମାନ ସମୟରେ ହୃଦଘାତ ବା ହୃଦଜନିତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ତେଣୁ ହୃଦଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଦୁଇଟି ଗୁଜୁରାତି ଖାଇବା ଜରୁରୀ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଭରପୁର ଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରର ପୋଟାସିୟମ୍ ମାତ୍ରା ସନ୍ତୁଳିତ ରହିଥାଏ ।

– ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ସଠିକ୍‌ ଭାବରେ ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରରୁ ଥଣ୍ଡା ମଧ୍ୟ କମ୍ ହୋଇଥାଏ ।

– ଗୁଜୁରାତିକୁ ମାଉଥ୍ ଫ୍ରେସନର୍ ମଧ୍ୟ କୁହାଯାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ ।

– ଯଦି କୌଣସି ଯାତ୍ରା କରିବା ବେଳେ ଆପଣଙ୍କୁ ବାନ୍ତି ଲାଗୁଥାଏ ତେବେ ପାଟିରେ ଗୁଜୁରାତି ପକାଇ ରଖନ୍ତୁ । ସେହିପରି ଯଦି ଭାବୁଛନ୍ତି ଯାତ୍ରାର ପୁରା ସମୟ ବାନ୍ତି ହେବ ତେବେ ପୁରା ରାସ୍ତା ପାଟିରେ ଗୁଜୁରାତି ପକାଇ ରଖନ୍ତୁ ।

Comments are closed.