ଖାଇବା ପରେ କରୁଛନ୍ତି କି ଏହି ସବୁ ଭୁଲ ,ସାବଧାନ କରନ୍ତୁ ନାହିଁ

ଜୀବନ ଜିଇଁବା ପାଇଁ ଭୋଜନ ବହୁତ ମହତ୍ୱ ପୁର୍ଣ ଏବଂ ଅନ୍ନର ଅପମାନ ଅର୍ଥ ଈଶ୍ୱରଙ୍କ ଅନାଦର । ସନାତନ ଧର୍ମରେ ସବୁ କାମକୁ ଠିକ ଉପାୟରେ କରିବାର ନିୟମ କୁହାଯାଇଛି । ଏହିପରି ଭୋଜନ ସମ୍ବନ୍ଧୀୟ କିଛି ନିୟମ ବିଷୟରେ ଶାସ୍ତ୍ରରେ ମିଳିଥାଏ । ଯାହାର ପାଳନ କରିବା ଦ୍ୱାରା ଘରେ କେବେବି ଅନ୍ନର ଅଭାବ ହୋଇନଥାଏ ।

ଖାଦ୍ୟ ଖାଇବାର ବାସ୍ତୁ ନିୟମ : ଜୀବନ ଜିଇଁବା ପାଇଁ ଭୋଜନ ବହୁତ ମହତ୍ୱ ପୁର୍ଣ ଏବଂ ଅନ୍ନର ଅପମାନ ଅର୍ଥ ଈଶ୍ୱରଙ୍କ ଅନାଦର । ସନାତନ ଧର୍ମରେ ସବୁ କାମକୁ ଠିକ ଉପାୟରେ କରିବାର ନିୟମ କୁହାଯାଇଛି । ଏହିପରି ଭୋଜନ ସମ୍ବନ୍ଧୀୟ କିଛି ନିୟମ ବିଷୟରେ ଶାସ୍ତ୍ରରେ ମିଳିଥାଏ । ଯାହାର ପାଳନ କରିବା ଦ୍ୱାରା ଘରେ କେବେବି ଅନ୍ନର ଅଭାବ ହୋଇନଥାଏ । ଆସନ୍ତୁ ଜାଣିବା ଭୋଜନ ସହିତ ଜଡିତ କିଛି କାର୍ଯ୍ୟ ଯାହା ଅଶୁଭ ମାନାଯାଏ ।

ଭୋଜନ ସହିତ ଜଡିତ ବାସ୍ତୁ ନିୟମ :
ଥାଳିରେ ହାତ ଧୋଇବା : ଅନ୍ନର ପ୍ରତ୍ୟକଟି ଦାନା ସମ୍ମାନନୀୟ ଅଟେ । ସାଧାରଣତଃ ଲୋକମାନଙ୍କର ଅଭ୍ୟାସ ହୋଇଥାଏ ଯେ ଖାଇବା ପରେ ଥାଳିରେ ହାତ ଧୋଇବା । ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ । ଥାଳିରେ ଅଇଁଠା ହାତ ଧୋଇବା ଦ୍ୱାରା ଯେଉଁ ଅନ୍ନର ଦାନା ବଞ୍ଚି ଥାଏ ତାହାର ଅପମାନ ହୋଇଥାଏ । ଏହା କରିବା ଦ୍ୱାରା ଦରିଦ୍ରତା ଆସିଥାଏ ।

ଅନ୍ନ ଛାଡିବା : ଯିଏ ଅନ୍ନର ମୂଲ୍ୟ ନ ବୁଝିଛି ସେ ପାପର ଭାଗୀ ହୋଇଥାଏ । ଥାଳିରେ ଖାଦ୍ୟ ସେତିକି ନିଅନ୍ତୁ ଯେତିକି ଖାଇବେ । ଭୋଜନ ଅଇଁଠା କରି ଛାଡିବା ଦ୍ୱାରା ଘରର ଉନ୍ନତିରେ ବାଧା ଆସିଥାଏ । କାରଣ ଅନ୍ନ ଛାଡିବା ଦ୍ୱାରା ଖାଦ୍ୟର ବରବାଦୀ ହୋଇଥାଏ ଯଦ୍ୱାରା ମାଆ ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୋଇଥାନ୍ତି ।

ଥାଳିରେ ୩ଟି ରୁଟି : ଶାସ୍ତ୍ର ଅନୁସାରେ ଭୋଜନ ପରଷିବା ସମୟରେ ଥାଳିରେ ଏକସଙ୍ଗେ ୩ଟି ରୁଟି ରଖିବା ଅଶୁଭ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ୩ ସଂଖ୍ୟାଟି ଶୁଭ ହୋଇନଥାଏ ।
ଦ୍ଵିତୀୟ ମାନ୍ୟତା ଅଛି ଯେ ୩ଟି ରୁଟି ଥିବା ଥାଳି ମୃତ ବ୍ୟକ୍ତିଙ୍କୁ ସମର୍ପିତ ହୋଇଥାଏ । ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ ତାଙ୍କ ନାମରେ ଥାଳିରେ ୩ଟି ରୁଟି ରଖାଯାଇଥାଏ । ତାଙ୍କର ତ୍ରୟୋଦଶୀ ସଂସ୍କାର ପୂର୍ବରୁ ମୃତ ବ୍ୟକ୍ତିଙ୍କୁ ଭୋଗ ଲଗାଇବା ପାଇଁ ୩ଟି ରୁଟି ରଖାଯାଇଥାଏ ।

Comments are closed.