ଅଗାଧୁଆ କରନ୍ତୁ ନାହିଁ ଏହି ସବୁ କାମ, ମାଡି ଆସିବ ବିପଦ

ଭୁବନେଶ୍ୱର: ସକାଳୁ ଉଠି ଆମେ ତରବର ହୋଇ ସବୁ କାମ ସାରି ଦିଅନ୍ତି । କେବଳ ଗାଧୋଇବା ପରେ ରେଡ଼ି ହୋଇ ଅଫିସ କିମ୍ବା ଅନ୍ୟ କୌଣସି କାମ କରିବା ପାଇଁ । ଅଧିକାଂଶ ଲୋକେ ଗାଧୋଇବା ପୂର୍ବରୁ ସମସ୍ତ କାମ ସାରିଦେଇଥାନ୍ତି । ଆମ ହିନ୍ଦୁ ଧର୍ମରେ ପ୍ରତିଦିନ ସ୍ନାନ କରିବାର ମହତ୍ତ୍ୱ ରହିଛି । ବିନା ଗାଧୁଆରେ ପୂଜା ପାଠ କି ରନ୍ଧାବଢ଼ା କରନ୍ତି ନାହିଁ । ଏହା ସହିତ ବାହରକୁ ଯିବା ସମୟରେ ଓ ବାହାରୁ ଆସିବା ପରେ ମଧ୍ୟ ଗାଧୋଇବା ଆବଶ୍ୟକ ହୋଇଥାଏ । ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ । ତାଙ୍କୁ ଦେବୀଙ୍କ ସ୍ୱରୁପ ବୋଲି ମନାଯାଏ । ତେଣୁ ମହିଳାଙ୍କୁ ନେଇ ହିନ୍ଦୁ ଧର୍ମ ଶାସ୍ତ୍ରରେ କିଛି ନିୟମ ତିଆରି କରାଯାଇଛି । ଯଦି ଘରର ମହିଳା ଏହି ସବୁ ନିୟମ ମାନନ୍ତି ତେବେ ଘରେ ସୁଖ ସମୃଦ୍ଧି ବନାଇ ରହିଥାଏ । ଆଜି ଆମେ ଏମିତି କିଛି କାମ ବିଷୟରେ କହିବୁ ଯାହାକୁ ବିନା ଗାଧୋଇ କରାଯାଏ ନାହିଁ ।

 

ମହିଳାମାନେ ନ ଗାଧୋଇ କରନ୍ତୁ ନାହିଁ ଏହି କାମ :

-ମହିଳାମାନେ ବିନା ସ୍ନାନରେ ତୁଳସୀ ଗଛରେ ଜଳ ଦିଅନ୍ତୁ ନାହିଁ । ଏହାକୁ ଅଶୁଦ୍ଧ ହାତରେ ଛୁଇଁବା ବା ବିନା ସ୍ନାନରେ ଜଳ ଦେବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧ କରିଥାନ୍ତି ।

 

-ମହିଳାମାନେ ନ ଗାଧୋଇ ରୋଷେଇ ଘରକୁ ଯିବା କଥା ନୁହେଁ । ଭୋଜନରୁ ହିଁ ଆମକୁ ଶକ୍ତି ମିଳିଥାଏ । ଅପବିତ୍ରତାରେ ବନା ଯାଇଥିବା ଭୋଜନ ନକରାତ୍ମକତ ଦେଇଥାଏ । ତେଣୁ ମହିଳାମାନେ ସର୍ବଦା ସ୍ନାନ କରିବା ପରେ ଭୋଜନ ପ୍ରସ୍ତୁତି କରିବା କଥା । ବିନା ଗାଧୋଇ ଭୋଜନ ତିଆରି କରିବା ଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଘରେ ଅଭାବ ବଢ଼ିଥାଏ ।

 

-ବିନା ସ୍ନାନ କରି କେବେ ବି ଭୋଜନ କରିବା କଥା ନୁହେଁ । ମହିଳାଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହୁଏ । ନ ଗାଧୋଇବା ଯୋଗୁ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ମନରେ ଖରାପ ବିଚାର ଆସିଥାଏ ।

-କିଛି ଲୋକଙ୍କ ଆଦତ ହୋଇଥାଏ ଯେ ସକାଳୁ ଉଠିବା ପରେ ବାଳ କୁଣ୍ଡାଇ ଥାନ୍ତି । ଏହି ଆଦତ ମହିଳାଙ୍କ ପାଇଁ ଆଦୌ ଠିକ ନୁହେଁ । ଶାସ୍ତ୍ର ଅନୁଯାୟୀ ସକାଳେ ମହିଳା ଶୀଘ୍ର ଉଠି ସ୍ନାନ କରିବା ପରେ ମୁଣ୍ଡ କୁଣ୍ଡାଇବା କଥା ।

-ଧନକୁ ମା’ ଲକ୍ଷ୍ମୀଙ୍କ ସ୍ୱରୁପ ବୋଲି ମନାଯାଇଥାଏ । ବିନା ଗାଧୋଇ ଟଙ୍କା ପଇସା ଛୁଇଁବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ଓ ସେ ନାରାଜ ହୋଇଥାନ୍ତି । ମହିଳାଙ୍କୁ କେବେ ବି ନଗାଧୋଇ ଅର୍ଥକୁ ଛୁଇଁବା କଥା ନୁହେଁ ।

Comments are closed.