ଚା ସହିତ ଭୁଲରେ ଖାଆନ୍ତୁ ନାହିଁ,ଏହି ସବୁ ଖାଦ୍ୟ
ଅଧିକାଂଶ ଲୋକେ ଚା’ ପିଇବାକୁ ପସନ୍ଦ କରନ୍ତି। ଥରେ ନୁହେଁ ଦିନରେ ୩ ରୁ ୪ ଥର ମଧ୍ୟ ପିଇଥାଆନ୍ତି। ଅନେକ ଲୋକେ ଚା’ ପିଇବା ସମୟରେ ଏହାସହ ମିଶାଇ ଲୁଣିଆ ଓ ଛଣାଛଣି ଜିନିଷ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ମାତ୍ର ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍ ପାଇଁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜାଣନ୍ତୁ..
ବିଶେଷ କରି କ୍ଷୀରରେ ପ୍ରସ୍ତୁତ ଜିନିଷ ସହ କୌଣସି ଲୁଣିଆ କିମ୍ବା ଛଣାଛଣି ଜିନିଷ ଖାଇବା ଉଚିତ ନୁହେଁ। ଚା’ ପ୍ରସ୍ତୁତ କରିବା ସମୟରେ କ୍ଷୀର ବ୍ୟବହାର କରାଯାଇଥାଏ। ତେଣୁ ଚା’ ସହ ଲୁଣିଆ ଜିନିଷ ଏକାଠି ଖାଉଥିଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ବାନ୍ତି ସମସ୍ୟା ମଧ୍ୟ ହୋଇଥାଏ।
ବିଭିନ୍ନ ପ୍ରକାରର ଲୁଣିଆ ଜିନିଷ ପ୍ରସ୍ତୁତିରେ ଖୁଆ ବ୍ୟବହାର କରାଯାଇଥାଏ। ଖୁଆ ପ୍ରସ୍ତୁତ ଲୁଣିଆ ଜିନିଷ ଚା’ ସହ ମିଶାଇ ଖାଇଲେ ଏସିଡିଟି ଅଧିକ ମାତ୍ରାରେ ହୋଇଥାଏ। ଭୋକର ମାତ୍ରା କମ ହୋଇଥାଏ।
ଅନେକ ଥର ଲୁଣିଆ ଜିନିଷର ସ୍ୱାଦ ଖଟା-ମିଠା ହୋଇଥାଏ। ଚା’ସହ ଏହାର ସେବନ କରିବା ଦ୍ୱାରା ବଦହଜମି ଓ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ।
ଚା’ସହ ହଳଦୀ ବ୍ୟବହାର ହୋଇଥିବା ଜିନିଷ ଖାଇବା ଉଚିତ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ହଜମ କ୍ରିୟା ସଠିକ ଭାବେ କାର୍ଯ୍ୟ କରିନଥାଏ।
ଚା’ସହ ବେସନରେ ପ୍ରସ୍ତୁତ ଲୁଣିଆ ଜିନିଷ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ସେହିପରି ଚା’ସହ ଛଣାଛଣି ଜିନିଷ ଏକାଠି ଖାଇବା ଦ୍ୱାରା ଛାତି ଓ ଗଳାରେ ଜଳାପୋଡା,ପେଟ ଦରଜ,ଖାଦ୍ୟ ଖାଇବାକୁ ଇଚ୍ଛା ନ ହେବା ଭଳି ଅନେକ ସମସ୍ୟା ହୋଇଥାଏ।
Comments are closed.