ମୋଦୀଙ୍କ ନାଁ ଧରିଲେ ଖାଇବାକୁ ଦିଅନ୍ତୁ ନାହିଁ, କାହିଁକି ଏମିତି କହିଲେ କେଜ୍ରିୱାଲ

ଯଦି ଆପଣଙ୍କ ସ୍ୱାମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି, ତା’ହେଲେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।’ ଶନିବାର ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏହି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେ କହିଥିଲେ, ଅନେକ ପୁରୁଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣମାନେ ଠିକ୍ କରିପାରିବେ। ଯେଉଁମାନଙ୍କ ସ୍ୱାମୀମାନେ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ସେହିପରି ଆପ୍‌କୁ ସମର୍ଥନ କରିବାକୁ ଆପଣମାନେ ଆପଣମାନଙ୍କ ପରିବାର ଲୋକଙ୍କୁ କୁହନ୍ତୁ। ଆପ୍‌କୁ ସମର୍ଥନ କରିବାକୁ ସେମାନଙ୍କୁ ଆପଣମାନଙ୍କ ମୁଣ୍ଡ ଛୁଇଁ ଶପଥ ନେବାକୁ କୁହନ୍ତୁ।

ସେହିପରି ବିଜେପିକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ବୁଝାଇ ଆପ୍‌କୁ ସମର୍ଥନ କରିବାକୁ କହିବାକୁ କେଜ୍ରିୱାଲ ଉପସ୍ଥିତ ମହିଳାମାନଙ୍କୁ କହିଥିଲେ। ସେ କହିଥିଲେ, ଯେଉଁ ମହିଳାମାନେ ବିଜେପିକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ କୁହନ୍ତୁ ଯେ, ମୁଁ ସେମାନଙ୍କ ପାଇଁ ବିଜୁଳିକୁ ମାଗଣା କରିଛି। ବସ୍‌ରେ ଯା’ଆସକୁ ବି ମାଗଣା କରିଛି। ଏବେ ମୁଁ ମହିଳାମାନଙ୍କୁ ମାସକୁ ୧୦୦୦ ଟଙ୍କା ଲେଖାଏଁ ଦେବି। ବିଜେପି ସେମାନଙ୍କ ପାଇଁ କ’ଣ କରିଛି? ତା’ହେଲେ କାହିଁକି ବିଜେପିକୁ ଭୋଟ୍ ଦେବେ? ଏଥର କେଜ୍ରିୱାଲଙ୍କୁ ଭୋଟ୍ ଦେବେ। ମହିଳାଙ୍କ ବିକାଶ ନାଁରେ ବିଜେପି ଠକେଇ କରୁଥିବା ସେ କହିଥିଲେ।

Comments are closed.