ମୋଦିଙ୍କୁ ରକ୍ତର ଚିଠି ଲେଖିଲେ ବିଜେପି ନେତା

ନିଜ ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଲେ ବିଜେପି ନେତା କୌସ୍ତୁଭ ବାଗଚୀ। ଶନିବାର ପଶ୍ଚିମ ବଙ୍ଗର ସିଲିଗୁଡ଼ିରେ ସେ ନିଜ ରକ୍ତରେ ଲେଖିଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ସେ ଏଥିରେ ଲେଖିଥିଲେ- ପ୍ରଧାନମନ୍ତ୍ରୀ ମୋଦି, ଦୟାକରି ପଶ୍ଚିମବଙ୍ଗକୁ ଚୋରଙ୍କ କବଳରୁ ରକ୍ଷା କର।

କୌସ୍ତୁଭ ବାଗଚୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ। କିନ୍ତୁ ଆଉ ଏଭଳି ନ କରିବା ପାଇଁ କହିଥିଲେ। ବାଗଚୀ ତାଙ୍କ X ରେ ଲେଖିଛନ୍ତି, ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହିତ କଥା ହେବାକୁ ସୁଯୋଗ ପାଇଲି। ପଶ୍ଚିମବଙ୍ଗ ପାଇଁ ନିଜ ରକ୍ତରେ ଲେଖା ଏକ ଚିଠି ତାଙ୍କୁ ଦେଲି। ସେ ଏହାକୁ ଗ୍ରହଣ କଲେ। କିନ୍ତୁ ଗାଳି କଲେ, ଯେମିତି ମୋ ବାପା ମୋତେ ଗାଳି କରନ୍ତି। ସେହି ଗାଳିରେ ଥିଲା ସହାନୁଭୂତି। ଏହା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ।

ଗତ ଫେବ୍ରୁଆରୀ ୨୮ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ କୌସ୍ତୁଭ ବାଗଚୀ। ଦଳରେ ଆଉ ସମ୍ମାନ ମିଳୁ ନାହିଁ ବୋଲି ସେ କହିଥିଲେ। ତା’ ସହିତ ଦଳ ଆଉ ପଶ୍ଚିମବଙ୍ଗକୁ ଗୁରୁତ୍ୱ ଦେଉ ନଥିବା ସେ କହିଥିଲେ। ନିଜ ଆତ୍ମସମ୍ମାନ ସହିତ କୌଣସି ବୁଝାମଣା କରିବେ ନାହିଁ କହି ସେ କଂଗ୍ରେସ ଛାଡ଼ିଥିଲେ। ଫେବ୍ରୁଆରୀ ୨୯ ତାରିଖରେ ସେ ବିଜେପିରେ ଯୋଗ ଦେଇଥିଲେ।

Comments are closed.