ଖରାଦିନେ କରୁଛନ୍ତି କି ଏମିତି ଭୁଲ, ହୋଇପାରେ ଘାତକ

ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇସାରିଛି । ଗରମରୁ ମୁକ୍ତି ଓ ଶରୀରକୁ ଟିକେ ଥଣ୍ଡା ରଖିବାକୁ ଅଧିକାଂଶ ଲୋକେ ଏବେ କୋଲଡିଙ୍କସ ପିଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦ ଲାଗିବା ସହ କିଛି ସମୟ ପାଇଁ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ତେଣୁ ଲୋକମାନେ ଗୋଟିଏ ଦିନରେ ଅନେକ ଥର କୋଲଡ୍ରିଙ୍କସ ବା ମୃଦୁପାନୀୟ ପିଇଥାନ୍ତି । ଅନ୍ୟପଟେ ଘରକୁ ଯଦି କେହି ବନ୍ଧୁ ଆସିଥାନ୍ତି ତେବେ ସେମାନଙ୍କୁ ପାନୀୟ ଭାବେ କୋଲଡ୍ରିଙ୍କସ ଦିଆଯାଇଥାଏ । ଗରମ ଦିନରେ ପିଲାଠାରୁ ବୟସ୍କ ଲୋକ, ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ କୋଲଡ୍ରିଙ୍କସ ପାଲଟି ଯାଇଛି । ହେଲେ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ପାଟିକୁ ସ୍ୱାଦ ଲାଗିପାରେ ଓ ଆପଣଙ୍କ ଶରୀରକୁ କିଛି ସମୟ ଥଣ୍ଡା ରଖିବାରେ ସହାୟକ ହୋଇପାରେ ହେଲେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ । ଏହା ପିଇବା ଦ୍ୱାରା ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା କୋଲଡ୍ରିଙ୍କସ ପିଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ କି ପ୍ରକାର କୁପ୍ରଭାବ ପକାଇଥାଏ ।

ଓଜନ ବୃଦ୍ଧି : ଯଦି ଆପଣ ଅଧିକ କୋଲଡ୍ରିଙ୍କସ ପିଉଛନ୍ତି ତେବେ ଏହା ଆପଣଙ୍କ ଓଜନ ବୃଦ୍ଧି ହେବାର ପ୍ରମୁଖ କାରଣ ପାଲଟି ଥାଏ । କାରଣ କୋଲଡ୍ରିଙ୍କସରେ ସୁଗାରର ପରିମାଣ ସର୍ବାଧିକ ରହିଥାଏ । ମାତ୍ରାଧିକ ସୁଗାର ଆପଣଙ୍କ ଓଜନ ବଢାଇବା ସହ ଆପଣଙ୍କ ଶରୀରରେ ମଧୁମେହ ସୃଷ୍ଟି କରିପାରେ । ଗୋଟିଏ ଗ୍ଲାସ କୋଲଡ୍ରିଙ୍କସରେ ୮-୧୦ ଚାମଚ ସୁଗାର ରହିଥାଏ । ଏହାସହ ଗୋଟିଏ ଗ୍ଲାସ କୋଲଡ୍ରିଙ୍କସରେ ୧୫୦ କ୍ୟାଲୋରୀ ରହୁଥିବାରୁ ଏହା ଆପଣଙ୍କ ଓଜନ ବଢାଇବାରେ ସହାୟକ ହୋଇଥାଏ ।

ଲିଭର ଉପରେ ପଡିଥାଏ ଏହି ପ୍ରଭାବ : କୋଲଡ୍ରିଙ୍କସ ଆପଣଙ୍କ ଚର୍ବିଯୁକ୍ତ ଲିଭର ବା ଯକୃତ ଉପରେ ପ୍ରଭାବ ପାଇଥାଏ । ମାତ୍ରାଧିକ ମୃଦୁପାନୀୟ ସେବନ ଫଳରେ ଲିଭରରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଆପଣଙ୍କୁ କହିରଖୁ କି କୋଲଡ୍ରିଙ୍କସରେ ୨ ପ୍ରକାର ସୁଗାର ରହିଥାଏ । ପ୍ରଥମଟି ଗ୍ଲୁକୋଜ ଓ ଦ୍ୱତୀୟଟି ଫ୍ରୁକ୍ଟୋଜ୍ ଗ୍ଲୁକୋଜ, ଏହା ଶରୀରରେ ତୁରନ୍ତ ମିଶିଯାଇ ମେଟାବୋଲାଇଜ ପ୍ରସ୍ତୁତ କରିଥାଏ ।

ଦାନ୍ତ ଉପରେ ପକାଇଥାଏ ଏହି ପ୍ରଭାବ : ଅତ୍ୟାଧିକ କୋଲଡିଙ୍କସ ସେବନ ଫଳରେ ଏହା ଆପଣଙ୍କ ଦାନ୍ତ ଉପରେ ବି ପ୍ରଭାବ ପକାଇଥାଏ । କୋଲଡ୍ରିଙ୍କସରେ ଥିବା ଫସ୍ଫୋରିକ ଏସିଡ ଆପଣଙ୍କ ଦାନ୍ତର ରଙ୍ଗ ଖରାପ କରିବା ସହ ଦାନ୍ତକୁ କମଜୋର କରିଥାଏ ।

Comments are closed.