ଆପଣ ଜାଣିଛନ୍ତି କି ? ରାତ୍ର ଭୋଜନ କେତେବେଳେ ହେବା ଆବଶ୍ୟକ

ଦିନ ସାରା କାମ କରିବା ପରେ ରାତିରେ ସଠିକ ସମୟରେ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଶୋଇବା ପାଇଁ ଭରପୁର ସମୟ ମିଳିଥାଏ। ଆପଣ ମଧ୍ୟ ସତେଜ ଅନୁଭବ କରିବେ।
ରାତ୍ରୀ ଭୋଜନ ଶୀଘ୍ର କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଫଳରେ କୋଲେଷ୍ଟେରୋଲ୍‌‌ ଓ ମେଦବହୁଳତା ସମସ୍ୟା ହୋଇନଥାଏ। ଏହାଦ୍ୱାରା ହୃଦୟ ଜନିତ ସମସ୍ୟା ହୋଇନଥାଏ। ହୃଦୟ ସୁସ୍ଥ ରହିଥାଏ।
ବିଳମ୍ବିତ ରାତିରେ ଖାଦ୍ୟ ଖାଇ ତୁରନ୍ତ ଶୋଇବା ଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ। ଫଳରେ ଛାତି ଓ ଗଳାରେ ଜଳାପୋଡା ହୋଇଥାଏ।
ରାତିରେ ଶୀଘ୍ର ଭୋଜନ କରିବା ପରେ ୧୫ ମିନିଟ୍‌‌ ଚାଲନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଓଜନ ବୃଦ୍ଧି ହୋଇନଥାଏ।
ଶୀଘ୍ର ଖାଦ୍ୟ ଖାଇଲେ ଏହା ଭଲ ଭାବେ ହଜମ ହୋଇଥାଏ। ପାଚନ ସୁସ୍ଥ ରହିଥାଏ।
ରାତିରେ ଜଲଦି ଖାଇବା ପରେ ସଠିକ ସମୟରେ ଶୋଇବା ଦ୍ୱାରା ସକାଳେ ଆପଣ ସତେଜ ଅନୁଭବ କରିବା ସହ ଥକ୍କାପଣ ଅନୁଭବ ହୋଇନଥାଏ।
ଏହା ପେଟରେ ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ସଠିକ ସମୟରେ ଭୋଜନ କରନ୍ତୁ।
ରାତ୍ରୀ ଭୋଜନର ସଠିକ ସମୟ ୭ଟା ରୁ ୭ଟା୩୦ ହେବା ଉଚିତ। ରାତିରେ ଭୋକ ଲାଗିଲେ ଆପଣ ଫଳ କିମ୍ବା ଅନ୍ୟ ହାଲକା ଜିନିଷ ମଧ୍ୟ ସେବନ କରିପାରିବେ।

Comments are closed.