ଆପଣ ଜାଣିଛନ୍ତି କି ରସୁଣର ଚମତ୍କାରିତା, ନିହାତି ଜାଣନ୍ତୁ

ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗଗ୍ରସ୍ତ କରାଇ ଦେଉଛି । ବିଶେଷ କରି ହୃଦଘାତ, ମଧୁମେହ. ଉଚ୍ଚରକ୍ତଚାପ ଏହିସବୁ ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ ଯେତେବେଳେ ବ୍ୟାଡ କୋଲେଷ୍ଟ୍ରଲ ବଢିଯାଏ ଏହା ଶିରାପ୍ରସିରାରେ ଜମିବାକୁ ଲାଗେ । ହାର୍ଟ ସମସ୍ୟାର ଗୋଟିଏ ବଡ କାରଣ ହେଛି କୋଲେଷ୍ଟ୍ରଲ । ଏହାଦ୍ୱାରା ହାର୍ଟଆଟାକ ବ୍ଲକେଜ ଓ ହାର୍ଟଆଟାକ ସମସ୍ୟା ମଧ୍ୟ ହୋଇଥାଏ । ଆମେ ଏଥିପାଇଁ ନିଜ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରି ନିଜକୁ ସୁରକ୍ଷିତ ରଖିପାରିବା । ଆଉ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାକୁ ସବୁଠାରୁ ରାମବାଣ ହେଉଛି ରୋଷେଇ ଘରେ ଥିବା ରସୁଣ, ଏହାକୁ ସିଠିକ୍ ଉପାୟରେ ସେବନ କଲେ ଦିନକୁ କୋଲେଷ୍ଟ୍ରଲ ମାତ୍ରା ତୀବ୍ର ଗତିରେ ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ।

ରସୁଣରେ ଏଲେସିନ୍ ଓ ମୈଗନୀ ନାମକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ବ୍ୟାଡ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ରସୁଣରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ତା ସହ ଆଣ୍ଟି ଭାଇରାଲ,ଆଣ୍ଟି ଫଙ୍ଗାଲ, ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି, ଯାହା କୋଲେଷ୍ଟ୍ରଲ ପାଇଁ ଖୁବ ଉପଯୋଗୀ ।

ରସୁଣରେ ଏଜୋଇନ , ଏଲିନ ଓ ଏଲିସିନ ଭଳି କମ୍ପାଉଣ୍ଡ ରହିଛି । ଏହା ଶରୀର ପାଇଁ ଖୁବ ଉପକାରୀ

ସବୁୁ ଗୁରୁତ୍ୱପୂର୍ଣ୍ଣ ହୋଉଛି ସଠିକ୍ ଉପାୟରେ ରସୁଣର ବ୍ୟବହାର:

ଯଦି ଆପଣ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ରସୁଣ ସେବନ କରୁଛନ୍ତି ତେବେ ପ୍ରତିଦିନ ସକାଳୁ ଗୋଟିଏ ଦୁଇଟି ପାଖୁଡା ରସୁଣ ଖାଇ ପାରିବେ ଓ କିଛି ଉଷୁମ ପାଣି ପିଇ ପାରିବେ । ଏପରି ନିୟମିତ କଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ ।

ନଚେତ୍ ଆପଣ ନିୟମତି ଭାବରେ ମହୁ ସହିତ ରସୁଣକୁ ମିଶାଇ ସେବନ କରିପାରିବେ । ଏହା କୋଲେଷ୍ଟ୍ରଲ ପାଇଁ ଖୁବ ଉପକାରୀ ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ
ରସୁଣ ହାର୍ଟପାଇଁ ବେଶ ଉପକାରୀ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ବ୍ୟାଡ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇ ହାର୍ଟ ସୁରକ୍ଷିତ ହୁଏ ।

Comments are closed.