ଆପଣ ଜାଣିଛନ୍ତି କି ସିଝା ଅଣ୍ଡା ପାଣିର ଚମତ୍କାରିତା, ଜାଣନ୍ତୁ
ସଭିଏଁ ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଜାଣନ୍ତି। ଏହା ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବା ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖେ। ମାତ୍ର ଅଣ୍ଡା ବ୍ୟତୀତ ଅଣ୍ଡା ସିଝା ହୋଇଥିବା ପାଣିର ଉପକାରୀ ଗୁଣ ଜାଣିବା ପରେ ଏହାକୁ ଆଉ ପକାଇବେ ନାହିଁ। ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗି ପାରେ ମାତ୍ର ଏହା ସତ। ଜାଣନ୍ତୁ ଅଣ୍ଡା ସିଝା ହେବା ପରେ ଏହାର ଚୋପା ଓ ପାଣି କେଉଁ କାମ ପାଇଁ ବ୍ୟବହାର କରିପାରିବେ।
ଅଣ୍ଡାର ଚୋପାରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ, ପୋଟାସିୟମ, ଫସଫରସ, ସୋଡିୟମ ମିଳିଥାଏ। ତେଣୁ ଅଣ୍ଡା ସିଝାଇବା ପରେ ଏହାର ପୋଷକ ତତ୍ତ୍ୱ ଏହି ପାଣିରେ ମିଳିଥାଏ। ଏହି ପୋଷକ ତତ୍ତ୍ୱ ଗଛ ପାଇଁ ଖୁବ ଉପକାରୀ। ଗଛ ନିଜ କୋଷ ଗୁଡିକୁ ବିକାଶ ପାଇଁ ଏହି ପାଣି ଖୁବ ଉପକାରୀ।
ଗଛ ପାଇଁ ଏହା ଖାଦ୍ୟର କାମ କରିଥାଏ। ଏକ ଅଧ୍ୟୟନରୁ ଏହା ଜଣାପଡିଛି।
ଅନେକ ଗଛ ଖରାରେ ବେଶି ସମୟ ରହିବା ପରେ ଝାଉଁଳି ପଡିବା ସହ କେତେକ ମରି ଯାଆନ୍ତି। ଏହି ଗଛ ମୂଳରେ ଅଣ୍ଡାର ପାଣି ନିଶ୍ଚୟ ଦିଅନ୍ତୁ। ଏହି ପାଣି ବିଶେଷ ଭାବେ ଟମାଟୋ ଓ ଲଙ୍କା ଗଛ ପାଇଁ ବେଶ ଉପକାରୀ।
Comments are closed.