କଫି ପିଇବା ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ, ଜାଣିଛନ୍ତି କି

ଅନେକ ଲୋକେ ଦିନର ଆରମ୍ଭ ଏକ କପ୍‌‌ କଫିରୁ କରିବାକୁ ପସନ୍ଦ କରିଥାଆନ୍ତି। କାର୍ଯ୍ୟାଳୟରେ ଏକ କପ୍‌‌ କଫି ପିଇବା ଦ୍ୱାରା ଦିନଯାକର ଥକ୍କାପଣ ଦୂର ହୋଇଥାଏ ବୋଲି ଅନେକଙ୍କ ଧାରଣା। ସାଙ୍ଗସାଥୀଙ୍କ ସହ କଫି ପିଇବାକୁ ମଧ୍ୟ ଅଧିକାଂଶ ପସନ୍ଦ କରିଥାଆନ୍ତି। କିଛି ଲୋକଙ୍କର କଫି ପିଇବା ଦ୍ୱାରା ଥକ୍କାପଣ ,ଚିନ୍ତା ଦୂର ହୋଇଥାଏ ବୋଲି ମଧ୍ୟ ମତ। ମାତ୍ର ଆପଣ ଜାଣି କରି ଆଶ୍ଚର୍ଯ୍ୟ ହେବେ କଫି ପିଇବାର କିଛି ଶୈଳୀ ଓ ବାରମ୍ବାର କଫି ସେବନ ମୋଟାପଣର ମୁଖ୍ୟ କାରଣ। ଏଭଳି ଭାବେ କଫି ପିଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ୨ କପରୁ ଅଧିକ କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବିଶେଷ କରି କ୍ଷୀର ଓ ଚିନି ଅଧିକ ବ୍ୟବହାର କରି ବାରମ୍ବାର କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..
ଅତ୍ୟଧିକ କଫି ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, କଫି ମଧ୍ୟ ଓଜନ ବୃଦ୍ଧିର କାରଣ। ଜଣେ ସାଧାରଣ ବ୍ୟକ୍ତି ପ୍ରତିଦିନ ପ୍ରାୟ ୩୦୦ ମିଲିଗ୍ରାମ କେଫିନ୍‌‌ର ସେବନ କରିଥାଏ। ଯେଉଁଥିରେ କଫି, ଚକୋଲେଟ୍‌‌, ମୃଦ୍ୟୁ ପାନୀୟ, ଚା’, କଫି ଆଦି ସାମିଲ। ମାତ୍ର କେଫିନ୍‌‌ର ଅଧିକ ସେବନ ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିଥାଏ। ଶର୍କରାର ମାତ୍ରା ଅଧିକ ହେବା ପରେ ମେଟାବୋଲିଜିୟମ ଧିମା ହେବା ସହ ଓଜନ ବୃଦ୍ଧିର କାରଣ ପାଲଟିଥାଏ। ଓଜନ ହ୍ରାସ ପାଇଁ କ୍ୟାଲୋରୀ ମାତ୍ରାକୁ କମ କରିବା ଆବଶ୍ୟକ। ଓଜନ ବୃଦ୍ଧି ସହ ମଧୁମେହର ଅଧିକ ସମ୍ଭାବନା ସୃଷ୍ଟି କରିଥାଏ।
କଫିର ଅତ୍ୟଧିକ ସେବନ ନକରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ସୁସ୍ଥ ଓ ଓଜନ କମ୍‌‌ କରିବା ପାଇଁ ୨ କପ କଫିର ସେବନ କରନ୍ତୁ।
କେଉଁ କାରଣରୁ ବଢେ ଓଜନ..
କଫିରେ ଅଧିକ ଚିନିର ବ୍ୟବହାର କରିବା ଦ୍ୱାରା ଓଜନ ବୃଦ୍ଧିର ଅଧିକ ସମ୍ଭାବନା ଥାଏ। ଚିନିରେ ଅଧିକ କ୍ୟାଲୋରୀ ଥିବାରୁ ଏହା ଓଜନ ବୃଦ୍ଧିର କାରଣ ପାଲଟିଥାଏ।
କ୍ଷୀର ସର କିମ୍ବା କ୍ରିମ କଫିର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ମାତ୍ର ଏଥିରେ ଅଧିକ କ୍ୟାଲୋରୀ ଥିବାରୁ ଏହା ଓଜନ ବୃଦ୍ଧି କରେ।
କ୍ଷୀରକୁ ବହଳିଆ ଭାବେ ଫୁଟାଇବା ପରେ ସେଥିରେ କଫି ପ୍ରସ୍ତୁତ କରି ପିଇବା ମଧ୍ୟ ଓଜନ ବୃଦ୍ଧିର କାରଣ। ବହଳିଆ କ୍ଷୀରରେ କ୍ୟାଲୋରୀ ମଧ୍ୟ ଅଧିକ ମାତ୍ରାରେ ଥାଏ। ତେଣୁ ଅଧିକ ମାତ୍ରାରେ କଫି ପିିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ମାତ୍ର କମ୍‌‌ ମାତ୍ରାରେ କମ୍‌‌ ଓ ପତଳା କ୍ଷୀର ଓ ଚିନି କମ୍‌‌ ବ୍ୟବହାର କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

Comments are closed.