ଆପଣ ଜାଣିଛନ୍ତି କି ଆମେ ଖାଦ୍ୟରେ ବ୍ୟବହାର କରୁଥିବା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ

ଖାଦ୍ୟ ରନ୍ଧିବା ପାଇଁ ପ୍ରତି ଘରେ ବିଭିନ୍ନ ପ୍ରକାରର ତେଲ ବ୍ୟବହାର ହେଉଛି । କିନ୍ତୁ ଆଜି କାଲି ଲୋକେ ରାନ୍ଧିବା ପାଇଁ ପୁରା ଧଳା ତେଲକୁ ଦେଖି ବିଶୁଦ୍ଧ ମନେ କରି ବହୁଳ ବ୍ୟବହାର କରୁଛନ୍ତି । ଆଜିକାଲି ଫ୍ରାଇଡ୍, ଏବଂ ଡିପ୍ ଫ୍ରାଇଫୁଡର ଚାହିଦା ଦ୍ରୁତ ଗତିରେ ବଢୁଛି । ତେଲ ଶରୀରରେ ପିଏଚ୍ ସନ୍ତୁଳନକୁ ଖରାପ କରେ । ଫଳରେ ଯକୃତ, ହଜମ ପ୍ରକିୟା, ମେଦବହୁଳତା , କୋଲେଷ୍ଟ୍ରଲ, କୋଷ୍ଠକାଠିନ୍ୟ ଏବଂ ପାଇଲ୍ସ ପରି ସମସ୍ୟା ସୃଷ୍ଟି ହୋଇଥାଏ ।
ଅନୁସନ୍ଧାନରୁ ଜଣାପଡିଛି ଯେ, ଦୈନିକ ବ୍ୟବହୃତ ହେଉଥିବା କେତେକ ଭେଜିଟେବୁଲ ତେଲ ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ହୋଇପାରେ । ଏହା କ୍ୟାନ୍ସର ଭଳି ଘାତକ ରୋଗକୁ ମଧ୍ୟ ନିମନ୍ତ୍ରଣ କରିପାରେ ।

ମକା , ସୂର୍ଯ୍ୟମୁଖୀ, ଖଜୁରୀ ଓ ସୋୟାବିନ୍ ତେଲ ଗରମ ହେଲେ ଆଲଡିହାଇଡସ୍ ନାମକ ରସାୟନିକ ପାଦାର୍ଥ ନିର୍ଗତ ହୁଏ । ଏହା ଏପରି ବିପଜ୍ଜନକ ତତ୍ତ୍ୱ ଯାହା ବିଭିନ୍ନ ରୋଗର ମୁଖ୍ୟ କାରଣ । ଏବଂ କ୍ୟାନ୍ସରକୁ ମଧ୍ୟ ଆମନ୍ତ୍ରଣ କରିପାରେ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ବିଷାକ୍ତ ଯୌଗିକ ରେଟିନାଲହାଇଡ୍ ଅକ୍ସିଡେଣ୍ଟକୁ ପ୍ରୋତ୍ସାହନ ଦେଇ ଏହାକୁ ରେଟିନୋଏକ୍ ଏସିଡରେ ପରିଣତ କରିଥାଏ । ଏହା ପରବର୍ତ୍ତୀ ସମୟରେ କ୍ୟାନ୍ସର କୋଷକୁ ସୃଷ୍ଟି କରିଥାଏ ।

ପ୍ରକୃତରେ ତେଲରେ ପଲିୟୁନସୁରେଟେଡ୍ ଫ୍ୟାଟର ପରିମାଣ ଅଧିକ ଥାଏ । ଯେତେବେଳେ ତେଲ ଗରମ ହୁଏ, ଏହା ଆଲଡିଆଇଡକୁ ରୂପାନ୍ତରିତ ହୁଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ ।

ଇଂଲଣ୍ଡର ଡି-ମଣ୍ଟିଫର୍ଟ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଖାଇବା ତେଲରେ ହୋଇଥିବା ଖାଦ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୁପାରିଶ କରିଥିବା ଦୈନିକ ପରିମାଣଠାରୁ ୨୦୦ ଗୁଣ ଅଧିକ ଆଲଡିହାଇଡ୍ ଥାଏ ।

ଅନ୍ୟପଟେ ଅଲିଭ ତେଲରେ ଚର୍ବି ଅଂଶ କମ୍ ଥାଏ । ବଟରରେ ମଧ୍ୟ ଆଲଡିହାଇଡର ପରିମାଣ ଖୁବ କମ୍ ଥାଏ । ଯାହା କ୍ୟାନ୍ସର ରୋଗର ଆଶଙ୍କାକୁ ହ୍ରାସ କରେ ।

Comments are closed.