ଜାଣିଛନ୍ତି କି ମଲ୍ଲି ଫୁଲ ଚମତ୍କାରିତା ବିଷୟରେ, ଜାଣନ୍ତୁ

ମଲ୍ଲୀର ବାସ୍ନା ବି ଖୁବ୍ ସୁନ୍ଦର, ତେଣୁ ଏହାର ଅତର ଆଦି ମଧ୍ୟ ବଜାରରେ ମିଳିଥାଏ । କିନ୍ତୁ ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ଶୋଭା ବଢାଇଥାଏ । ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି । ଏହି ଫୁଲରେ ଭରପୁର ମାତ୍ରାରେ ମଏଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି । ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ । ଏହାକୁ କିପରି ବ୍ୟବହାର କଲେ ଆପଣଙ୍କ ତ୍ୱଚା ଏହି ଲାଭ ପାଇପାରିବ, ଆସନ୍ତୁ ଜାଣିବା…..

• ସ୍ମୁଥ୍ ସ୍କିନ୍ ପାଇଁ ମଲ୍ଲୀ ଫୁଲର ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନକୁ ଡିପ୍ ମଏଶ୍ଚରାଇଜ୍ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ । ମଲ୍ଲୀ ଫୁଲ ବ୍ୟବହୃତ ପ୍ରଡକ୍ଟ ବି ବ୍ୟବହାର କରିପାରିବେ ।

• ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ- ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ । ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ ରଖନ୍ତୁ । ଏଥିପାଇଁ ଜସ୍ମିନ୍ ଏସେନ୍ସ ଅଏଲର ବ୍ୟବହାର କରିପାରିବେ । ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାରେ ଚମକ ଆଣିବ ।

• ବ୍ରଣ ସମସ୍ୟା ଦୁର ହେବ- ଏହି ଆକ୍ନେ ସମସ୍ୟାକୁ ଦୁର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ ।

• ସନ୍ ଡ୍ୟାମେଜ୍- ସୁର୍ଯ୍ୟ କିରଣ ଦ୍ୱାରା ହେଉଥିବା ସ୍କିନ୍ ଡ୍ୟାମେଜକୁ ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍ ଅନୁଭବ ହେବ । ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ସତେଜ ଅନୁଭବ ହେବ ।

• ଫେସ୍ ପ୍ୟାକ୍- ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ । ଏହାକୁ ସିଧା ସ୍କିନରେ ଲଗାନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

• କେଶ ପାଇଁ ବି ବ୍ୟବହାର କରିପାରିବେ- କେଶର ଡିପ୍ କଣ୍ଡିସନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶକୁ ଧୁଅନ୍ତୁ । ଏହାଦ୍ୱାରା କେଶ ବହୁତ ସାଇନିଂ କରିଥାଏ ।

Comments are closed.