ଏପରି କରନ୍ତୁ ସଂକଟର ସାମ୍ନା ?

ଭୁବନେଶ୍ୱର: ମଣିଷ ଜୀବନରେ ସୁଖ ଓ ଦୁଃଖ ସର୍ବଦା ଲାଗି ରହିଛି । ସଙ୍କଟ ସମୟରେ ମନୁଷ୍ୟ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଥାଏ । ତେବେ ସଂକଟ ଆସିଲେ ଜଣେ ଜ୍ଞାନୀ ବ୍ୟକ୍ତି କଣ କରିବା କଥା ଜାଣନ୍ତୁ ସେ ସମ୍ପର୍କରେ…

ସାଧାରଣ ଲୋକଟିଏ ସଂକଟର ଆଭାଷ ପାଇଲେ ହଠାତ ବିଚଳିତ ହୋଇ ଯାଇଥାଏ । କିଛି ସଂକଟର ଆଭାଷ ପାଇଲେ ଆପଣ ଡ଼ରନ୍ତୁ ନାହିଁ । ନିଜକୁ ଓ ଘର ଲୋକଙ୍କୁ ସାନ୍ତୋନା ଦିଅନ୍ତୁ । ଯେ ପର୍ଯ୍ୟନ୍ତ ଅସୁବିଧା, ଚିନ୍ତା ଏବଂ ସଙ୍କଟ ଦୂରରେ ରହିଥାଏ, ସେତେବେଳେ ବୁଦ୍ଧିମାନ ଲୋକମାନେ ସେଗୁଡ଼ିକୁ ଭୟ କରିବା ଠିକ୍ । ତେଣୁ କିଛି ଦୃଢ଼ ମନରେ ସାମ୍ନା କରନ୍ତୁ ।

ମାତ୍ର ଯେତେବେଳେ ଅସୁବିଧା ଘେରି ରୁହେ ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟରେ ରହିବାକୁ ପଡ଼ିବ । ଏହି ସମୟରେ ସେମାନେ ସାହସ ଏବଂ ଧର୍ଯ୍ୟ ରଖିବା କଥା । ଏହି ଉପାୟରେ ଅସୁବିଧା ଦୂର ହୋଇ ଏଥିରୁ ରକ୍ଷା ମିଳିବ ।

Comments are closed.