ଚୁଇଙ୍ଗମ ଚୋବାନ୍ତି କି ?
ଭୁବନେଶ୍ୱର: ଅଧିକାଂଶ ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା କିଛି ସବୁବେଳେ ଚୋବାଇବା । ଏହି ଅଭ୍ୟାସ ଥିବା ଲୋକେ ସର୍ବଦା ଚୁଇଙ୍ଗମ୍ ଚୋବାଇବା ପସନ୍ଦ କରନ୍ତି । କିନ୍ତୁ ଚୁଇଙ୍ଗମ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ । ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ ।
କାରଣ ଚୁଇଙ୍ଗମଟି ସହଜରେ ହଜମ ହୋଇନଥାଏ । ୪୦ରୁ ୪୫ ଘଂଟା ପର୍ଯ୍ୟନ୍ତ ଏହା ପେଟ ଭିତରେ ରହିଥାଏ । ଚୁଇଙ୍ଗମରେ ଅନେକ ପ୍ରକାର ହାନିକାରକ ତତ୍ୱ ରହିଥାଏ । ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଅନ୍ୟ ଖାଦ୍ୟ ପଦାର୍ଥ ଭଳି ଏହା ପେଟ ଭିତରେ ନଷ୍ଟ ହୋଇନଥାଏ । ଏହାକୁ ଆପଣ ଯେତେ ସମୟ ଚୋବେଇବେ ତାହା ସେପରି ଅବସ୍ଥାରେ ରହିଥିବ । ଏହାକୁ ଆପଣ ଯଦି ଭୁଲରେ ଢୋକିଦେଇଛନ୍ତି ଏହା ଆପଣଙ୍କ ପେଟରେ ବସିଯାଏ ଏବଂ ପାଚନ ପ୍ରକ୍ରିୟାରେ ବାଧକ ସୃଷ୍ଟି ହୋଇଥାଏ ।
ଅନ୍ୟ ଯେକୌଣସି ଖାଦ୍ୟ ଖାଇଲେ ତାହା ପାଚନ ହୋଇ ବର୍ଜ୍ୟ ଆକାରରେ ଶରୀରରୁ ନିଷ୍କାସିତ ହୋଇଯାଏ । ଚୁଇଙ୍ଗମ ଶରୀରରେ ଅଧିକ ସମୟ ରହିବା ଦ୍ୱାରା ହଜମ ପ୍ରକ୍ରିୟା ଡେରି ହୋଇଥାଏ ଏହା ଦ୍ୱାରା ରକ୍ତଚାପ ବଢ଼ିଯାଇଥାଏ । ଏହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ ଶରୀରରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିଯାଏ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
Comments are closed.