୭୫ ବର୍ଷ ବୟସ ପରେ ଖାଆନ୍ତୁ ନାହିଁ ଏହି ଜିନିଷ

ଗ୍ରୀଷ୍ମଦିନେ ତାପମାତ୍ରା ବଢ଼ିଲେ, ତା’ର ପ୍ରତିକ୍ରିୟା ଆମ ଶରୀର, ଦୈନନ୍ଦିନ ଜୀବନଶୈଳୀ ଉପରେ ବି ପଡ଼େ। ବର୍ଦ୍ଧିତ ତାପମାତ୍ରା ହେତୁ ପେଟ ଗରମ ହୁଏ ଓ ଝାଳ ଅଧିକ ବାହାରେ। ଏଇ ସବୁ ସମସ୍ୟାରୁ ରକ୍ଷା ପାଇବାକୁ ବିଶେଷଜ୍ଞ ଦଳ କେତୋଟି ପରାମର୍ଶ ଦେଇଛନ୍ତି। କାକୁଡ଼ି, ବିଲାତି, ସାଲାଡ୍ ଦ୍ବିପହର ଭୋଜନରେ ପ୍ରତିଦିନ ଖାଇବା ଭଲ। ୭୫ ବର୍ଷରୁ ଅଧିକ ବୟସର ଲୋକ ସାଲାଡ୍ ନିୟମିତ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

– ପ୍ରଥମ କଥା ହେଉଛି ନିଜ ଖାଇବା-ପିଇବାକୁ ଧ୍ୟାନ ଦେବେ। ତରଭୁଜ ଖରାଦିନିଆ ଫଳ। ସପ୍ତାହରେ ୨-୩ଥର ତରଭୁଜ ଆଣି ସାଲାଡ୍ ନଚେତ୍ ରସ କରି ପିଅନ୍ତୁ। ଏ ଫଳରେ ଭରପୂର ପରିମାଣରେ ପାଣି ଥିବାରୁ ଅଂଶୁଘାତର ଭୟ ବି କମ୍ ରହେ।

– ଭିଟାମିନ୍‌‌ରେ ପୂର୍ଣ୍ଣ ପାଚିଲା ପଣସ ବି ଏଇ ଋତୁରେ ଖାଇପାରିବେ। ପଣସ ପେଟ ଥଣ୍ଡା ରଖେ ଓ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ।

– କ୍ୟାଲସିୟମ୍, ଲୌହ, ପ୍ରୋଟିନ୍, ଫାଇବର୍, ଭିଟାମିନ୍‌ ବି-୧୨ ତତ୍ତ୍ବ ପୂର୍ଣ୍ଣ ଦହିକୁ ଖରାବେଳେ ଖାଇବା ଉଚିତ। ବୟସ୍କ ଲୋକ ଖାଇଲେ, ସେମାନଙ୍କ କଫ ସମସ୍ୟା ହେବା ଭୟ ଅଛି।

Comments are closed.