ମୂଳା ସହିତ ଖାଆନ୍ତୁ ନାହିଁ ଏହି ସବୁ

କିଛି ଲୋକ ମୂଳାକୁ କଞ୍ଚା ସାଲାଡ୍‌ ଭାବେ ମଧ୍ୟ ଖାଇଥାନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ପେଟର ଗ୍ୟାସ୍‌ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ହୁଏତ ଜାଣିନଥିବେ, ମୂଳା ସହିତ ଅନେକ ଜିନିଷ ଖାଇଲେ ତାହା ବିଷରେ ପରିଣତ ହୋଇଯାଏ। ଯାହା ଶରୀରକୁ ବିଭିନ୍ନ ସମସ୍ୟାରେ ପକାଇପାରେ। ଏପରି କେତେକ ଜିନିଷ ରହିଛି, ଯାହାକୁ ମୂଳା ସହିତ ଖାଇବାକୁ ବାରଣ କରାଯାଇଛି। ମୂଳା ସହିତ କଲରା, କମଳା, କାକୁଡି, କ୍ଷୀର ଖାଇବାକୁ ମନା କରାଯାଏ।

ମୂଳାରେ ବହୁ ମାତ୍ରାରେ ଭିଟାମିନ-ସି ରହିଛି। ଯାହାଫଳରେ ଶୀତ ଦିନରେ ଥଣ୍ଡା କାଶରୁ ରକ୍ଷା ମିଳିଥାଏ। ମୂଳା ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଶରୀରରେ ଜ୍ବଳନ ମଧ୍ୟ କମ କରିଥାଏ। ମୂଳା ଶରୀରକୁ ପୋଟାସିୟମ ଯୋଗାଇଥାଏ ଯେଉଁଥିପାଇଁ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଯଦି ହାଇପାରଟେନସନ ସମସ୍ୟା ଥାଏ ତାହେଲେ ମୂଳା ନିଶ୍ଚୟ ଖାଇବା ଉଚିତ। ଆୟୁର୍ବେଦ ଅନୁସାରେ ମୂଳା ରକ୍ତ ଉପରେ ଶୀତଳ ପ୍ରଭାବ ପକାଇଥାଏ। ମୂଳା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ। ତାଛଡା ଏସିଡ଼ିଟି, ମୋଟାପଣ, ଗ୍ୟାସ ସମୟ ଓ ବାନ୍ତି ଭଳି ସମସ୍ୟା ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ। ଏଥିରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଜିଙ୍କ, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ମାଙ୍ଗାନିଜ୍ ରହିଛି। ଏହିସବୁ ପୋଷାକ ତତ୍ତ୍ୱ ଯୋଗୁଁ ଏହା ଶରୀରକୁ ସୁସ୍ଥ ରଖିଥାଏ।

କ୍ଷୀର :
କ୍ଷୀରକୁ ଲୁଣିଆ ଏବଂ ଖଟାଳିଆ ଜିନିଷ ସହିତ ଖାଇବା ଉଚିତ ନୁହେଁ। ମୂଳା ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ। ଏପରି ହେଲେ କ୍ଷୀର ବିଷାକ୍ତ ହୋଇଯାଏ। ଫଳରେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ। ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଅନ୍ତୁ।
କାକୁଡି :
କାକୁଡି ଏବଂ ମୂଳା ଏକାଠି ଖାଇବା ମନା। କାକୁଡିରେ ଥିବା ଏସ୍କର୍ବିନାଜ ଭିଟାମିନ ସି’କୁ ଶୁଖାଇଦିଏ।

କଲରା :
ଆପଣ ଯଦି କେବେ ମୂଳା ସହିତ କଲରା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ପରସ୍ପର ଭିତରେ କ୍ରିୟା ହେବା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗାଡିଦିଏ। ଏପରି କଲେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।
କମଳା :
ମୂଳା ସହିତ କମଳା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହି ଦୁଇଟି ଜିନିଷ ଏକାଠି ଖାଇଲେ ଶରୀରରେ ଅନେକ ସମସ୍ୟା ଦେଖାଦିଏ।

Comments are closed.