ଏହି ରୋଗ ଥିଲେ ଖାଆନ୍ତୁ ନାହିଁ ଚିନାବାଦାମ

ଚିନାବାଦାମ ଖାଇବା ଦ୍ୱାରା ଶରୀରରେ ଆଫଲାଟୋକ୍ସିନ ପରିମାଣ ବଢ଼ିଥାଏ। ଏହା କ୍ଷତିକାରକ ପଦାର୍ଥ ଅଟେ । ଭୋକ ନ ହେବା, ଆଖି ହଳଦିଆ ପଡିଯିବା ଆଫଲାଟୋକ୍ସିନ ବିଷାକ୍ତ ହେବାର ଲକ୍ଷଣ । ଏହାଦ୍ୱାରା ଲିଭର (ଯକୃତ) ଖରାପ ହେବା ସହ ଜଣ୍ଡିସ ମଧ୍ୟ ହୋଇପାରେ ବୋଲି ଏକ ସ୍ୱାସ୍ଥ୍ୟ ରିପୋର୍ଟରୁ ଜଣାପଡିଛି । ଆଫଲାଟୋକ୍ସିନ ବିଷାକ୍ତ ହେବା ଦ୍ୱରା ଲିଭର ଖରାପ ହେବା ସହ ଲିଭର କ୍ୟାନସରର ପ୍ରମୁଖ କାରଣ ମଧ୍ୟ ପାଲଟିପାରେ। ଗରମ ଏବଂ ଆଦ୍ର ସ୍ଥାନରେ ଆଫଲାଟୋକ୍ସିନ ବିଷାକ୍ତ ହେବା ଆଶଙ୍କା ଅଧିକ।

– ଆର୍ଥ୍ରାଇଟିସ୍ ଥିବା ରୋଗୀଙ୍କୁ ଚିନାବାଦାମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିରେ ଥିବା ଲେକ୍ଟିନ୍ ଯୋଗୁଁ ଆର୍ଥ୍ରାଇଟିସ୍ ସମସ୍ୟା ଆହୁରି ବଢ଼ିଯାଇଥାଏ । ଏହା କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ହୃଦଘାତର କାରଣ ହୋଇପାରେ।

– ଚିନାବାଦାମରେ ଫାଇଟିକ୍ ଏସିଡ୍ ନାମକ ଏକ ଉପାଦାନ ରହିଛି, ଯାହା ଶରୀରରେ ଆବଶ୍ୟକୀୟ ପୁଷ୍ଟିକର ମୂଲ୍ୟ ହ୍ରାସ କରିଥାଏ । ଫାଇଟିକ୍ ଏସିଡ୍ ଶରୀରରେ ଆଇରନ୍ ଏବଂ ଜିଙ୍କ ପରିମାଣକୁ ହ୍ରାସ କରିଥାଏ । ଯେଉଁମାନେ ସନ୍ତୁଳିତ ଡାଏଟ୍ କିମ୍ବା ନିୟମିତ ମାଂସ ଖାଆନ୍ତି, ସେମାନଙ୍କୁ ଅଧିକ ଅସୁବିଧା ହେବ ନାହିଁ । କିନ୍ତୁ ଯେଉଁମାନେ କେବଳ ଶସ୍ୟ କିମ୍ବା ଫଳ ପନିପରିବା ଉପରେ ନିର୍ଭର କରନ୍ତି ସେମାନଙ୍କ ସମସ୍ୟା ହୋଇପାରେ ।

– ଚିନାବାଦାମ ଅଧିକ ଖାଇବା ଦ୍ୱାରା ଚର୍ମ ଜନିତ ସମସ୍ୟା ହୋଇପାରେ । ଚର୍ମ କୁଣ୍ଡେଇ ହେବା ଏବଂ ନାଲି ପଡିଯିବା ଭଳି ସମସ୍ୟା ଦେଖାଦଇପାରେ । କେବଳ ସେତିକି ନୁହେଁ ମୁହଁ କୁଣ୍ଡେଇ ହେବା ‍ଫୁଲି ମଧ୍ୟ ଯାଏ।

ଚିନାବାଦାମ ଏକ ଗରମ ଯୁକ୍ତ ଖାଦ୍ୟ, ତେଣୁ ଏହାକୁ ଶୀତଦିନେ ହିଁ ଖାଇବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନ ମତ ଦେଇଛନ୍ତି ।

Comments are closed.