ଗୋଲାପି ଓଠ ପାଇଁ ଏହା କରନ୍ତୁ
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଓଠର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଓଠକୁ ଆକର୍ଷଣୀୟ କରିବା ଲାଗି ମହିଳାମାନେ ବିଭିନ୍ନ ପ୍ରକାର ଲିପ୍ ମେକ୍ଅପ୍ ସାମଗ୍ରୀ ବ୍ୟବହାର କରିଥାନ୍ତି । ହେଲେ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ଓଠକୁ ଗୋଲାପି କରିପାରିବେ …
ମହୁ କିମ୍ବା ବାଦାମ ତେଲରେ ଚିନି ମିଶାଇ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇ ଆଙ୍ଗୁଳି ଟିପ ସାହାଯ୍ୟରେ ଧୀରେ ଧୀରେ ଓଠକୁ ମସାଜ କରନ୍ତୁ। ଏହାଦ୍ୱାରା ଓଠ ଉପରେ ଥିବା ଡେଡ୍ ସେଲ୍ ବାହାରିଯିବ। ଏହାବ୍ୟତୀତ ନଡ଼ିଆତେଲ କିମ୍ବା ଆଲୋଭେରା ଜେଲ୍ରେ ଚିନି ମିଶାଇ ମଧ୍ୟ ବ୍ୟବହାର କରିପାରିବେ। ଏହାପରେ ଓଠକୁ ଧୋଇ ବାମ୍ ଲଗାଇଦିଅନ୍ତୁ। ଓଠ ନରମ ରହିବା ସହ ଧୀରେ ଧୀରେ ଏହାର ରଙ୍ଗ ମଧ୍ୟ ଗୋଲାପି ଲାଗିବ।
ପ୍ରତିଦିନ ଶୋଇବା ପୂର୍ବରୁ ଓଠରେ ଲେମ୍ବୁ ଓ ଆଳୁ ରସ ଲଗାନ୍ତୁ। ସକାଳୁ ଉଠି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠ ଧୀରେ ଧୀରେ ଗୋଲାପି ଦେଖାଯିବ।
ପ୍ରତିଦିନ ସେଓରସକୁ କେଇ ବୁନ୍ଦା ପାଣି ସହ ମିଶାଇ ଓଠରେ ଲଗାନ୍ତୁ। ଏପରି କରିବା ଫଳରେ ଓଠ ପ୍ରାକୃତିକଭାବେ ଗୋଲାପି ହୋଇଯିବ। ସେହିପରି ବିଟ୍ ରସ ମଧ୍ୟ ଲଗାଇପାରିବେ।
ଗୋଲାପ ଜଳ କିମ୍ବା ଲାଲ୍ ଗୋଲାପ ପାଖୁଡ଼ାକୁ ପେଷ୍ଟକରି ପ୍ରତିଦିନ ଲଗାଇଲେ ମଧ୍ୟ ଓଠ ଧୀରେ ଧୀରେ ଲାଲ୍ ହୋଇଥାଏ।
ଶରୀରର ଜଳୀୟାଂଶ କମ୍ ହେଲେ ବି ଓଠ କଳାପଡ଼ିଥାଏ। ତେଣୁ ପ୍ରଚୁର ପାଣି ପିଇବା ସହ ପଇଡ଼ପାଣି, ଅରେଞ୍ଜ ଜୁସ୍ ଏବଂ ଅନ୍ୟାନ୍ୟ ଜୁସ୍ ମଧ୍ୟ ପିଅନ୍ତୁ।
Comments are closed.