କଖାରୁ ଫୁଲର ଚମତ୍କାରିତା, ଆଜି ହିଁ ଜାଣନ୍ତୁ

କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଆସନ୍ତୁ ଜାଣିବା, କଖାରୁ ଫୁଲର କିଛି ବିଶେଷ ଗୁଣ ସମ୍ପର୍କରେ…

ଥଣ୍ଡା ପାଇଁ ବେଶ୍‌ ଉପଯୋଗୀ: କଖାରୁ ଫୁଲରେ ଭିଟାମିନ୍‌ ସି ଭରିରହିଛି, ଯାହା ଥଣ୍ଡା, କାଶ, କଫ ଆଦି କମାଇବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍‌ ‘ସି’ର ପରିମାଣ ଅନେକାଂଶରେ ପୂରଣ ହୋଇଥାଏ। ଏହା ଶରୀରରେ ଲୌହ ଓ ଖଣିଜ ଲବଣ ମାତ୍ରାକୁ ସନ୍ତୁଳିତ ରଖେ, ଯାହା ଶରୀରକୁ ସୁସ୍ଥ ରଖିଥାଏ।

ଦୃଷ୍ଟିଶକ୍ତି ବଢ଼ାଏ: ଭିଟାମିନ୍‌ ‘ଏ’ ଦୃଷ୍ଟିଶକ୍ତି ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହି ଭିଟାମିନ୍‌ କଖାର ଫୁଲରେ ରହିଛି। ବେଳେବେଳେ ଆଲୋକର ରଙ୍ଗ ପରିବର୍ତ୍ତନ ହେବା ଦ୍ୱାରା ଏହାର ପ୍ରଭାବ ଆମ ଆଖି ଉପରେ ପଡ଼ିଥାଏ। ମାତ୍ର କଖାରୁ ଫୁଲ ଖାଇବା ଦ୍ୱାରା ଏହା କିଛି ମାତ୍ରାରେ ଆମକୁ ରକ୍ଷା କରିଥାଏ। ଏହା ଅନ୍ଧାରକଣା ସମସ୍ୟାକୁ କେତେକାଂଶରେ ଦୂର କରିଥାଏ

ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ କରେ : ବେଳେବେଳେ ଆମେ ବାହାର ଜୀବାଣୁ ଯୋଗୁ କେତେକ ରୋଗର ଶିକାର ହୋଇଥାଉ। ଏହି ଜୀବାଣୁଗୁଡ଼ିକୁ ପ୍ରତିହତ କରିବାର କ୍ଷମତା କେତେକାଂଶରେ କଖାରୁ ଫୁଲର ରହିଛି।

ଅସ୍ଥିକୁ ମଜଭୁତ କରାଏ : କଖାରୁ ଫୁଲରେ କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ ପ୍ରଚୁର ପରିମାଣରେ ରହିଛି, ଯାହା ଅସ୍ଥି ଓ ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରେ। ଆଣ୍ଠୁଗଣ୍ଠି ବାତ ଏବଂ ଅଷ୍ଟିଓପୋରୋସିସ୍‌ ଆଦି ରୋଗକୁ ଏହା କେତେକାଂଶରେ ପ୍ରତିହତ କରିଥାଏ।

Comments are closed.