ରାଜ୍ୟସଭାରେ ଶପଥ ନେଲେ ୯ ସାଂସଦ

ନୂଆଦିଲ୍ଲୀ : ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସମେତ ୯ ନବନିର୍ବାଚିତ ରାଜ୍ୟ ସଭା ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭବନ ରାଜ୍ୟ ସଭା ଚାମ୍ବରରେ ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ସେମାନଙ୍କୁ ଶପଥ ପାଠ କରାଇଥିଲେ। ଜୟଶଙ୍କର ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତାଙ୍କ ବ୍ୟତୀତ ଭାଜପାର ବାବୁଭାଇ ଜେସାଙ୍ଗଭାଇ ଦେଶାଇ(ଗୁଜରାଟ), କେଶରିଦେବସିଂ ଦିଗ୍‌ବିଜୟସିଂ ଝାଲା (ଗୁଜରାଟ) ଏବଂ ନଗେନ୍ଦ୍ର ରାୟ (ପଶ୍ଚିମବଙ୍ଗ) ଶପଥ ଗ୍ରହଣ କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସର ୫ ଏମ୍‌ପି ଡେରେକ୍‌ ଓ’ବ୍ରାଏନ, ଦୋଳ ସେନ୍‌, ସୁଖେନ୍ଦୁ ଶେଖର ରାୟ, ପ୍ରକାଶ ଚିକ୍‌ ବାରାଇକ ଏବଂ ସମିରୁଲ ଇସ୍‌ଲାମ ମଧ୍ୟ ଶପଥ ନେଇଛନ୍ତି।

ଶପଥ ଗ୍ରହଣ କରିଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ନଗେନ୍ଦ୍ର ରାୟ, ପ୍ରକାଶ ଚିକ୍‌ ବାରାଇକ, ସମିରୁଲ ଇସ୍‌ଲାମ, କେଶରିଦେବସିଂ ଝାଲା ଏବଂ ବାବୁଭାଇ ଦେଶାଇ। ଶପଥ ଗ୍ରହଣ ବେଳେ ଗୃହର ନେତା ପୀୟୂଷ ଗୋୟଲ, ରାଜ୍ୟ ସଭା ମହାସଚିବ ପି.ସି. ମୋଦି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.