ଡାଇବେଟିସ ରୋଗୀ ପିଆନ୍ତୁ ଏହି ଚା

ମଧୁମେହ ରୋଗୀଙ୍କୁ ଚା’ କିମ୍ବା ଅନ୍ୟାନ୍ୟ ପାନୀୟରେ ଚିନି ପକାଇବାକୁ ବାରଣ କରାଯାଏ। ଚା’ ଟିକିଏ ମିଠା ନ ଲାଗିଲେ ସ୍ବାଦ ପୂରା ଫିକା ଲାଗେ। ବିଶେଷଜ୍ଞ ଦଳ ଅନୁସନ୍ଧାନ କରି ଜଣାଇଛନ୍ତି ମଧୁମେହ ରୋଗୀ ଏଇ କେତେ ପ୍ରକାର ଚା’ ପିଇଲେ, ସ୍ବାଦ ଭଲ ଲାଗିବା ସହ ଏସବୁ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।
ମନ୍ଦାରଫୁଲ ଚା’: ଏହି ଚା’ ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ। ମନ୍ଦାରଫୁଲକୁ ବାଟି ଏହି ଚା’କୁ ତିଆରି କରାଯାଏ। ନିୟମିତ ଏଇ ଚା’ ପିଇଲେ ରକ୍ତଚାପ ମଧ୍ୟ କମ୍ ରହୁଥିବା ବିଶେଷଜ୍ଞ କହିଛନ୍ତି।

ଡାଲିଚିନି ଚା: ଆଣ୍ଟିଅକ୍ସିଡାଣ୍ଟ ଭରପୂର ଡାଲଚିନି ଚା’ ପିଇଲେ ରକ୍ତରେ ଟ୍ରାଇଗ୍ଲିସାରାଇଡ୍ ସ୍ତର ନିୟନ୍ତ୍ରଣରେ ରହେ। ଏହା କାରଣରୁ ଆମ ଶର୍କରା ସ୍ତର ମଧ୍ୟ ବଢ଼େନି।

ଡାଲଚିନି ଚା’ ପିଇଲେ ହୃଦ୍‌ଘାତ ଆଶଙ୍କା କମ୍ ରହେ। ଡାଲଚିନି ଗୁଣ୍ଡ ମିଶାଇ ଚା’ ପିଇଲେ ତା’ର ସ୍ବାଦ ଅତି ରୁଚିକର ଲାଗେ।

କଳା ଚା’: ସୁସ୍ଥ ଜୀବନଶୈଳୀ ପାଇଁ କଳା ଚା’ ଏକ ମୁଖ୍ୟ ପାନୀୟ। ସାଧା ପାଣିରେ ଚା’ ପତିକୁ ଫୁଟାଇ ଏହି ଚା’ ପ୍ରସ୍ତୁତ କରାଯାଏ। ଏହି ପତିରେ ଥିବା ଥେରୁବିଗିନ୍ସ ଓ ଥେଫଲାଭିନ୍ସ ତତ୍ତ୍ବ ରକ୍ତଶର୍କରା ସ୍ତରକୁ କମ୍ ରଖିବାକୁ ଚେଷ୍ଟା କରେ।

Comments are closed.