ଡାଇବେଟିସ ରୋଗୀ ରାତିରେ ଶୋଇବା ସମୟରେ କରନ୍ତୁ ଏହି ସବୁ କାମ, ମିଳିବ ଅନେକ ଫାଇଦା

ମଧୁମେହ ବା ଡାଇବେଟିଜ୍‌ ଏକ ଏମିତି ରୋଗ ଯାହାର କୌଣସି ଚିକିତ୍ସା ନାହିଁ। କିନ୍ତୁ ହଁ ଏହାକୁ ନିୟନ୍ତ୍ରଣ ନିଶ୍ଚୟ କରିହେବ। ଡାଇବେଟିଜକୁ ଅଧିକ ଗମ୍ଭୀର ରୋଗ କରିଦିଏ ଏହାର ଲକ୍ଷଣ। ଥରେ ଯଦି ଡାଇବେଟିଜ୍‌ ଆପଣଙ୍କୁ ହେଲା ତାହେଲେ ଏହା ସାରା ଜୀବନ ରୋଗୀଙ୍କ ସାଥିରେ ରହିଥାଏ। ଡ଼ାଇବେଟିସ ଏକ କ୍ରନିକ ରୋଗ ଅଟେ । ଏହି ରୋଗକୁ ସମ୍ପୂର୍ଣ୍ଣ ଠିକ କରାଯିବା ଅସମ୍ବବ, କିନ୍ତୁ ଲାଇଫଷ୍ଟାଇଲକୁ ବଦଳାଇ ଏହାକୁ କଣ୍ଟ୍ରୋଲ କରାଯାଇପାରିବ । ଡ଼ାଇବେଟିସ ରୋଗୀ ନିଜର ଖାଦ୍ୟ ପାନୀୟକୁ ଠିକ ରଖିବା ସହ ଜୀବନ ପ୍ରଣାଳୀର ଯତ୍ନ ନେବା ନିହାତି ଆବଶ୍ୟକ ।

ଏକ୍ସପର୍ଟଙ୍କ ଅନୁଯାୟୀ ଚିନ୍ତାରେ ରହିବା, କମ୍‌ ଶୋଇବା, ଠିକ ଭାବେ ଖାଦ୍ୟ ନ ଖାଇବା ଆଦି ଡାଇବେିଜର ଲକ୍ଷଣକୁ ବଢ଼ାଇଦିଏ। ମଧୁମହେ ରୋଗୀଙ୍କୁ ଭରପୁର ନିଦ ସହ ଷ୍ଟ୍ରେସ କମ ନେବା, ଏବଂ ରାତିରେ ରିଲାକ୍ସ ହୋଇ ଶୋଇବା ଦରକାର । ଡ଼ାଇବେଟିସ ରୋଗୀଙ୍କ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ହେଉଛି ନିଦ୍ରା, କାରଣ ନିଦ୍ରା ପୂରା ନହେବା କାଣରୁ ଇନସୁଲିନ୍‌ ସେନ୍ସିଟିଭିଟୀ ଉପରେ ଖପରା ପ୍ରଭାବ ପଡିଥାଏ। ଯଦି ଆପଣ ମଧ୍ୟ ମଧୁମେହ ଦ୍ୱାରା ଗ୍ରସିତ ତାହେଲେ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ କିଛି ରୁଟୀନ୍‌ ସେଟ୍‌ କରିବାକୁ ହେବ ଯାହାଦ୍ୱାରା ଆପଣଙ୍କ ବ୍ଲଡ ସୁଗାର କଣ୍ଟ୍ରୋଲରେ ରହିପାରିବ।

ଶୋଇବା ପୂର୍ବରୁ କଫିନ ସେବନ କରିବା କମ କରନ୍ତୁ
ଡ଼ାଇବେଟିସ ପେସେଣ୍ଟ ରାତିରେ ଶୋଇବା ପୂର୍ବରୁ କଫିନ ଯୁକ୍ତ ଖାଦ୍ୟ ଯେପରିକି ଚା, କଫି, ଚକୋଲେଟ ଏବଂ ସୋଡ଼ା ଆଦିର ସେବନ ବିଲକୁଲ ନ କରିବା ଆବଶ୍ୟକ. କାରଣ କଫିନ ଯୁକ୍ତ ଜିନିଷ ଆପଣଙ୍କୁ ଜାଗ୍ରତ କରି ରଖିବ । ନିଦ୍ରା ହେବାକୁ ଦେବ ନାହିଁ । ଏହା ବ୍ୟତୀତ ମଦ ଓ ଧୂମପାନ ସେବନ କରିବା ମାତ୍ରା କମାନ୍ତୁ କାରଣ ଏହା ମଧ୍ୟ ନିଦ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଫିଜିକାଲ ଅକ୍ଟିଭିଟି କରନ୍ତୁ
ଶୋଇବା ପୁର୍ବରୁ କିଛି ଶାରୀରିକ ପରିଶ୍ରମ ନିହାତି ଆବଶ୍ୟକ ଏହା ଦ୍ୱାରା ଭଲ ନିଦ୍ରା ହେବା ସହ ଷ୍ଟେସ ଲେବୁଲ କମ ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀରରେ ସୁଗାର ଲେବୁଲ ରାତି ସାରା ସ୍ଥିର ରହିବାରେ ସାହାଯ୍ୟ କରିଥାଏ ।

ଭରପୂର ନିଦ୍ରା ନିଅନ୍ତୁ
ସ୍ୱାସ୍ଥ୍ୟ ବିଶେଷଙ୍କ ଅନୁସାରେ ଡାଇବେଟିଜ୍‌ ରୋଗୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଉଚିତ। ଆପଣ ଯେତେ ଭଲ ନିଦ୍ରାରେ ଶୋଇବେ ସେତେ ଅଧିକ ସୁଗାର ଲେବଲ ମେଣ୍ଟେନ୍‌ ରହିବ। ମଧୁମେହ ରୋଗୀଙ୍କୁ ପ୍ରତିଦିନ ୬-୮ ଘଣ୍ଟା ନିଦ୍ରା ନେବା ଜରୁରୀ ।

ରାତିରେ ସ୍ନାକ୍ସ ଆଇଟମକୁ ଖାଆନ୍ତୁ ନାହିଁ
ଡ଼ାଇବେଟିସ ପେସେଣ୍ଟଙ୍କୁ ବହୁବାର ଭୋକ ହୋଇଥାଏ । ସେଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ କୌଣସି ସ୍ନାକ୍ସ ଆଇଟମ ଖାଆନ୍ତୁ ନାହିଁ । ରାତିରେ ସବୁ ଜିନିଷ ଖାଇବା ଦ୍ୱାରା ଏହା ଶରୀରର ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାସହ ବ୍ଲଡ୍ ସୁଗାର ଲେବୁଲ ମଧ୍ୟ ବଢିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ସର୍ବଦା ହାଲୁକା ଖାଦ୍ୟ ଖାଇବା ଆବଶ୍ୟକ ।

ବ୍ଲଡ୍ ସୁଗାର ଲେବୁଲକୁ ଚେକ କରନ୍ତୁ
ରାତିରେ ଶୋଇବା ପୂର୍ବରୁ ଏବଂ ଶୋଇକି ଉଠିବା ପରେ ଆପଣ ନିଜର ବ୍ଲଡ୍ ସୁଗାର ଲେବୁଲକୁ ଚେକ କରିବା ନିହାତି ଆବଶ୍ୟକ ।

ଆସନ୍ତା କାଲି ପାଇଁ ଖାଦ୍ୟ ପ୍ରଣାଳୀର ପ୍ଲାନ କରନ୍ତୁ
ଡ଼ାଇବେଟିସ ରୋଗୀ ପାଇଁ ଜରୁରୀ ଅଟେ ଯେ, ଆପଣ ନିଜର ଆସନ୍ତା ଦିନ ପାଇଁ ଖାଦ୍ୟ ତଲିକା ପ୍ରସ୍ତୁତ କରିବା । ଏହାଦ୍ୱାରା ଆପଣଙ୍କୁ ସକାଳୁ ସକାଳୁ ଖାଦ୍ୟ ପାଇଁ ଅଧିକ ଭାବିବାକୁ ପଡ଼ିବ ନାହିଁ ଏବଂ ଜଙ୍କ ଫୁଡ଼ରୁ ନିଜକୁ ରକ୍ଷା କରିପାରିବେ ।

Comments are closed.