ଭୋଟ ଦେଇପାରିଲେ ନାହିଁ ଦିଲ୍ଲୀ କଂଗ୍ରେସ ରାଜ୍ୟ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ, ବିଜେପି ଏବଂ ଆମ୍ ଆଦମୀ ପାର୍ଟି ନିଜ-ନିଜର ବିଜୟ ପାଇଁ ଦାବି କରୁଛନ୍ତି । ଏହାରି ଭିତରେ ଦିଲ୍ଲୀ କଂଗ୍ରେସ ରାଜ୍ୟ ସଭାପତି ଅନିଲ ଚୌଧୁରୀଙ୍କ ନାମ ଭୋଟର ତାଲିକାରେ ନାହିଁ । ଭୋଟର ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଛି ବୋଲି ସେ କହିଛନ୍ତି ।

ଭୋଟର ତାଲିକାରୁ ତାଙ୍କ ନାମ କାଟିବାକୁ ନେଇ ଅନୀଲ ଚୌଧୁରୀ କହିଛନ୍ତି ଯେ, “ମୋର ନାମ ଭୋଟର ତାଲିକାରେ ନାହିଁ, ମୁଁ ଯେଉଁ ବୁଥରେ ଅଛି ସେଠାରେ ମୋର ନାମ ନାହିଁ । ଯେପର୍ଯ୍ୟନ୍ତ କୌଣସି ଅଧିକାରୀ ନ ଆସିଛନ୍ତି, କିଛି କରାଯାଇପାରିବ ନାହିଁ, ମୁଁ ମୋର ନାମ ଜାଣିବା ପାଇଁ ଚେଷ୍ଟା କରୁଛି । ଅନ୍ୟ କିଛି ଲୋକଙ୍କ ନାଁ ଭୋଟର ଲିଷ୍ଟରେ ନଥିବା ମଧ୍ୟ ଅଭିଯୋଗ ଆସୁଛି ।

ଏମସିଡି ନିର୍ବାଚନ ମଧ୍ୟରେ ଅନିଲ ଚୌଧୁରୀ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀର କାଳକା ଜୀ ମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଥିଲେ । ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଆଜି ଭୋଟ୍ ଦେବା ପୂର୍ବରୁ ମୋ ପତ୍ନୀଙ୍କ ସହ ମୁଁ କାଲକା ମାଇଙ୍କ ଦରବାରରେ ନତମସ୍ତକ ହୋଇ ଦିଲ୍ଲୀର ସମୃଦ୍ଧତା କାମନା କରିଥିଲି ।

Comments are closed.