ଏଲଜି କିଏ କାହିଁକି ଏମିତି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା କନ୍ଦଳ ଜଟିଳ ରୂପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତ‌‌କ୍ଷେପ କରିବା ପ୍ରସଙ୍ଗରେ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଉଦ୍‌ବୋଧନ ଦେଇ ଏଲ୍‌ଜି କିଏ? ସେ କେଉଁଠୁ ଆସିଲେ ବୋଲି ପ୍ରଶ୍ନ କରିଛନ୍ତି। ସେ ଆମ ମୁଣ୍ଡ ଉପରେ ବସିଛନ୍ତି। ଆମେମାନେ ଆମ ପିଲାଙ୍କୁ କେଉଁଠାକୁ ପାଠ ପଢ଼ିବାକୁ ପଠାଇବୁ ସେ ନିଷ୍ପତ୍ତି କ’ଣ ସେ ନେବେ। ଏଲ୍‌ଜି ସହରରେ ଗରିବ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ଯଦି ଚାହାନ୍ତିନି, ତା’ହେଲେ ସେ ଆଉ କ’ଣ ଚାହାନ୍ତି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

କେଜ୍ରିୱାଲ କହିଛନ୍ତି, ଏଲ୍‌ଜି ଯେମିତି ମୋ ଫାଇଲ୍‌ ଯାଞ୍ଚ କରୁଛନ୍ତି ମୋ ଶିକ୍ଷକ ବି ସେମିତି ମୋ ହୋମ୍‌ୱାର୍କ ଚେକ୍‌ କରିନାହାନ୍ତି। ଏଲ୍‌ଜି ମୋ ହେଡମାଷ୍ଟର ନୁହନ୍ତି। ଏଲ୍‌ଜିଙ୍କୁ କଡ଼ା ସମାଲୋଚନା କରି କେଜ୍ରିୱାଲ କହିଛନ୍ତି, ଲୋକମାନେ ମତେ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରିଛନ୍ତି, ହସ୍ତକ୍ଷେପ କରିବାକୁ ଆପଣ କିଏ ? କେଜ୍ରିୱାଲ କହିଛନ୍ତି, ଜୀବନରେ କିଛି ବି ସ୍ଥାୟୀ ନୁହେଁ। ଆମେ ଆଗାମୀ ଦିନରେ ଆମ ଦ୍ବାରା ନିଯୁକ୍ତ ଏଲ୍‌ଜିଙ୍କ ସହ ଆାମେ କ୍ଷମତାରେ ଥାଇପାରୁ ବୋଲି ସେ କହିଛନ୍ତି।

Comments are closed.