ମହୁମାଛି ଆକ୍ରମଣରେ କୁଡୁତାଇ ସରପଞ୍ଚଙ୍କ ମୃତୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ଗ୍ରାମପଂଚାୟତରେ ଅଭାବନୀୟ ଘଟଣା । ବିଲରେ ହଳ କରୁଥିବା ସମୟରେ ମହୁମାଛି ର ଶିକାର ହେଲେ ସରପଞ୍ଚ ସନତ ପ୍ରଧାନ । ଘଟଣା ସ୍ଥଳରେ ହିଁ ଅଚେତ ହୋଇପଡିଲେ ସରପଞ୍ଚ ।ଖବର ପାଇଁ ଗ୍ରାମବାସୀ ସରପଞ୍ଚକୁ ଭଞ୍ଜନଗର ମେଡିକାଲ ନେଇଥିଲେ । ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ଭୁବନେଶ୍ୱର ସମହସ୍ପିଟାଲନେଇଥିଲେ ଡାକ୍ତର ସେଠାରେ ସନାତଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ସାବବ୍ୟବଚ୍ଛେଦପରେ ନିଜ ପଂଚାୟତ କୁଡୁତାଇ କୁ ଅଣାଯିବ । ସୂଚନା ଅସୁସରେ ସନତ ସ୍ୱାଧୀନ ପାର୍ଥି ଭାବରେ ନିର୍ବାଚିତ ହୋଇ ବିଜେଡି ରେ ମିଶିଥିଲେ । ଲୋକଙ୍କ ପାଇଁ କାମ କରିବାର ସ୍ବପ୍ନ ଦେଖିଥିବା ସନତ ଏବେ ଆରପାରିରେ । ଦିନ କେଇଟାରେ ଲୋକଙ୍କ ହୃଦୟ ଜିତିଥିବା ସରପଞ୍ଚ ଏବେନାହାନ୍ତି ଏ ଦୁନିଆରେ ।

Comments are closed.