ବଡବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର ):କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ଓ ଯେଉଁଥିରେ ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବଡ଼ବିଲ ମାଟିର ଝିଅ ସୁଶ୍ରୀ ଭାଗ୍ୟଶ୍ରୀ ପ୍ରଧାନ ଶତକଡ଼ା ୯୫.୫ ପ୍ରତିଶତ ନମ୍ବର ରଖି ସମଗ୍ର କେନ୍ଦୁଝର ଜିଲ୍ଲା ଟପ୍ପର ହୋଇଛନ୍ତି, ଯାହାଙ୍କ ପାଇଁ ସମଗ୍ର ବଡ଼ବିଲ ମାଟି ଗର୍ବିତ, ଏବଂ ଏହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅନ୍ୟ ଚାରିଜଣ ଛାତ୍ର ଛାତ୍ରୀ ଯଥା ସୁଶ୍ରୀ ତୃପ୍ତି ପ୍ରିୟଦର୍ଶିନୀ, ଶ୍ରୀମାନ ଶକ୍ତି ରଞ୍ଜନ ସାହୁ, ସୁଶ୍ରୀ ଅଲିଭା ମଲ୍ଲିକ ଓ ଶ୍ରୀମାନ ହିତେଶ ବେହେରା।

ଏହି ସମସ୍ତ ପାଞ୍ଚଜଣ ଛାତ୍ରଛାତ୍ରୀ ଙ୍କୁ ତାଙ୍କ ଅଭିଭାବକ ଙ୍କ ସହ ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସ୍କୁଲ୍ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା, ଏହି ଅବସରରେ ସ୍କୁଲ୍ କମିଟିର, ସଭାପତି, ସମ୍ପାଦକ , ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଓ ଗୁରୂମା, ସମସ୍ତ ସେବିକା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.