ସାଳନ୍ଦୀ ନଦୀରୁ ମୃତ ଡ଼ଲଫିନ ଉଦ୍ଧାର

ଭଦ୍ରକ,ନିମାଇଁ ନାୟକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୁନ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ଜାଲରେ ପଡ଼ି ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ୫୦ କିଲୋଗ୍ରାମ ବୋଲି ସୂଚନା ମିଳିଛି । ସାଳନ୍ଦି ନଦୀରେ ଜାଲ ବସାଯାଉଥିବା ବେଳେ ଏକ ଜାଲରେ ଏକ ଡଲଫିନ୍ ଧରା ପଡ଼ିଥିଲା । କୂଳକୁ ଅଣାଯିବା ପରେ ଉକ୍ତ ଡଲଫିଟିର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ବନ ବିଭାଗକକୁ ଗ୍ରାମବାସୀଙ୍କ ଖବର ଦେବାପରେ ଘଟଣା ସ୍ଥଳକୁ ଆସି ମୃତ ଡଲଫିନ୍‌କୁ ନେଇ ଯାଇଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ସମୃଦ୍ର ଉପକୂଳବର୍ତ୍ତୀ ବୈତରଣୀ ଓ ସାଳନ୍ଦି ନଦୀକୁ ଡଲଫିନ୍ ଆସିଥାନ୍ତି । ମିଠା ପାଣିରେ ଏହି ଡଲଫିଗୁଡିକ ଚଳପ୍ରଚଳ କରୁଥିବା ବେଳେ ବିଭିନ୍ନ ସମୟରେ ମାଛଧରା ଜାଲରେ ପଡ଼ି ମୃତ୍ୟୁ ହେଉଥିବା ସୂଚନା ମିଳିଛି । ପରେ ଚାନ୍ଦବାଲି ବନ ବିଭାଗ ପକ୍ଷରୁ ମୃତ ଡ଼ଲଫିନ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସକ ଦୁରା ଫଚନାମା କରାଯିବା ପରେ ମାଟିରେ ପୋତି ଦିଆଯାଇଛି

Comments are closed.