ବାତ୍ୟା ମୁକାବିଲା ପାଇଁ ପଠାଗଲା ଏନଡିଆରଏଫ ଟିମ୍

ଭୁବନେଶ୍ୱର : ପାଖେଇ ଆସୁଛି ବାତ୍ୟା ଜୱାଦ । ତେବେ ବାତ୍ୟା ମୁକାବିଲା ପାଇଁ ଓଡିଶା ସମେତ ୩ ରାଜ୍ୟକୁ ୪୬ଟି ଏନଡିଆରଏଫ ଟିମ୍ ପଠାଯାଇଛି । ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ଟିମ ମୁତୟନ କରାଯାଇଛି । ବାତ୍ୟା ମୁକାବିଲା ନେଇ ଏନଡିଆରଏଫ ଡିଜି ଅତୁଲ କରୱାଲ ସୂଚନା ଦେଇଛନ୍ତି । ସେହିପରି ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ ରଖାଯାଇଛି । ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡିଲେ ବି ପ୍ରସ୍ତୁତ ରହିଛନ୍ତି ।

ସେହିପରି ଅଗ୍ନିଶମବାହିନୀର ୩୩ ଟି ଟିମ ଶୁକ୍ରବାର ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛନ୍ତି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଅଗ୍ନିଶମ ବାହିନୀ ଫୋକସ୍ କରିବ । ତିନୋଟି ଦିଗକୁ ଧ୍ୟାନ ଦେବେ ଅଗ୍ନିଶମ ବାହିନୀ ।

ଗଛ ଭାଙ୍ଗିଲେ କିମ୍ବା ଉପୁଡିଲେ, ରାସ୍ତା ସଫା କରିବା, ସହରୀ ବାତ୍ୟା ଭଳି ସ୍ଥିତି ଉପୁଜିଲେ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ଏବଂ ବନ୍ୟା ଆସିଲେ ତାର ମୁକାବିଲା ଲାଗି ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ମୁଖ୍ୟ ଅଗ୍ନିଶମ ବାହିନୀ ଅଧିକାରୀ କହିଛନ୍ତି ।

Comments are closed.