କାଇପଦରରେ କାଉ ମଡକ !

ଖୋର୍ଦ୍ଧା, ୧୯ ।୨: ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ କାଉ ମଡକ ଦେଖିବାକୁ ମିଳିଛି । ୩୦ରୁ ଅଧିକ କାଉଙ୍କ ମୃତଦେହ ଠାବ କରାଇଛି । ଏନେଇ କାଇପଦରେ ଖୋର୍ଦ୍ଧା ପ୍ରାଣୀ ଚିକିତ୍ସା ବିଭାଗର ତଦନ୍ତ ଆରମ୍ଭ ହୋଇଛି । କାଉର ମୃତଦେହ ଓ ନମୁନା ପରୀକ୍ଷା ପାଇଁ ପଠାଇଛି ପ୍ରାଣୀ ଚିବିତ୍ସା ବିଭାଗ । ତେବେ ବାର୍ଡ ଫ୍ଲୁ ପାଇଁ କାଉ ମଡକ ହେଉଛି ବୋଲି ବୋଲି ସନ୍ଦେହ କରାଯାଉଛି ।

ଏହା ପୂର୍ବରୁ ପାରାଦୀପ ସହରର ବିଭିନ୍ନ ସ୍ଥାନରେ କାଉମାନେ ମରି ପଡିଥିବା ଦେଖିବାକୁ ମିଳିଥିଲା । ସହରର ବଡପଡିଆ, ନୂଆବଜାର,ମଧୁବନ ଆଦି ଅଞ୍ଚଳରେ କାଉମାନଙ୍କ ମୃତ ଦେହ ବିକ୍ଷିପ୍ତ ଭାବେ ପଡିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପାରାଦୀପର କିଛି ସ୍ଥାନରୁ ସଂଗ୍ରହ ହୋଇଥିବା ମଳରେ ବାଡ୍ ଫ୍ଲୁର ସୂଚନା ନ ଥିବା କହିଥିଲା ପ୍ରାଣୀଧନ ବିଭାଗ।

Comments are closed.