ଗୁଳି ଫୁଟାଇ କୋକୁଆ ଭୟ ସୃଷ୍ଟି କରିଥିବା ଦୁର୍ବୁତ୍ତ ଗିରଫ
ଗତ ଜୁନ ୧୭ ତାରିଖ ଦିନ ସମ୍ବଲପୁର ସ୍ଥିତ ବରେଇପାଲ୍ଲୀ ଅଞ୍ଚଳର ଶିବନାଥ ଓରାମ ତାଙ୍କ ଘରେ ଦ୍ୱିପହର ଭୋଜନ କରୁଥିବା ସମୟରେ ୩ ଜଣ ଦୁର୍ବୁତ୍ତ ବାଇକରେ ଆସି ବନ୍ଧୁକ, ଛୁରୀ ଦେଖାଇ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନେ ହେଲେ ଶୁକଦେବ, ଅମ୍ବରେସ ଏବଂ ବିନାୟକ । ଏହି ତିନି ଜଣ ତାଙ୍କ ଘର ଭିତରକୁ ଜୋର ଜବରଦସ୍ତ ପଶି ଶିବନାଥଙ୍କୁ ଘର ଭିତରୁ ଘୋଷାରି ଘୋଷାରି ବାହାରକୁ ଆଣିଥିଲେ । ବାହାରକୁ ଆଣିବା ସମୟରେ ଆଖପାଖ ଲୋକ ଶିବନାଥଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ହେଲେ ଶୁକଦେବ ଗୁଳି ଫୁଟାଇ କୋକୁଆ ଭୟ ସୃଷ୍ଟି କରିବାରୁ ସମସ୍ତେ ନିଜ ନିଜ ଘରେ ଲୁଚି ଯାଇଥିଲେ । ସେମାନଙ୍କ ହାତରେ ଭୁଜାଲି, ଛୁରୀ ଏବଂ ଅନ୍ୟ ମାରଣାସ୍ତ୍ର ମଧ୍ୟ ଥିଲା । ପରେ ଏହି ଘଟଣାର ତଦନ୍ତ କରି ଅଇଁଠାପଲ୍ଲୀ ଥାନା ଅଧିକାରୀ ୩ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ୩ ଜଣଙ୍କର ଅପରାଧିକ ରେକର୍ଡ ରହିଥିବାର ମଧ୍ୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
Comments are closed.