ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ ଟିକା, କୋଭିସିଲଡକୁ ବ୍ୟବହାର ପାଇଁ ଅନୁମତି
ନୂଆଦିଲ୍ଲୀ, : ଭାରତରେ ଅକ୍ସଫୋର୍ଡ ଟିକା ବା କରୋନା ଟିକା କୋଭିସିଲଡକୁ ଆଜି ଅନୁମତି ଦେଇଛି ବିଶେଷଜ୍ଞ କିମଟି । ଅନୁମତି ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମତି ଦେଇଛି । ଏବେ ଡ୍ରଗ ରେଗୁଲେଟୋରୀ ଅଥରିଟିଙ୍କ ପାଖକୁ ଚୂଡାନ୍ତ ଅନୁମତି ପାଇଁ ଯିବ । ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସିଲ୍ଡ’ ।
ତେବେ ଟିକାର ଦୁଇଟି ଡୋଜର ଦାମ ୪୪୦ ଟଙ୍କା ରହିପାରେ । ୫ କୋଟି ଟିକା ପ୍ରସ୍ତୁତ ହୋଇ ଗଚ୍ଛିତ ରହିଛି ବୋଲି ସିରମ ତଥ୍ୟ ଦେଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନୀର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି । ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ଟିକା ପ୍ରସ୍ତୁତିରେ ସାମିଲ ରହିଥିଲା । ଅକ୍ସଫୋର୍ଡ ଟିକାକୁ ପ୍ରଥମ କୋଭିଡ ଟିକା ଭାବେ ଦେଶରେ ଅନୁମତି ମିଳିବାକୁ ଯାଉଛି ।
Comments are closed.