କଥା କହିବା ବନ୍ଦ କରିଦେବ କରୋନା

ନୂଆଦିଲ୍ଲୀ  : ଦୀର୍ଘ ଦିନର ବିରତି ପରେ କରୋନା ମହାମାରୀ ପୁଣି ଥରେ ଦେଶରେ ବ୍ୟାପିବାରେ ଲାଗିଲେ। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ନୂଆ ଭାରିଆଣ୍ଟ ଜେଏନ.ବ ନେଇ ଲୋକଙ୍କ ଲାଗି ଚେତାବନୀ ଜାରି କରିଛି। ଏପରିସ୍ଥଳେ ଏକ ଅଧ୍ୟୟନ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧ୍ୟୟନରେ ଏହା ଦାବି କରାଯାଇଛି କରୋନାର ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ ସଂକ୍ରମିତ କରିପାରେ। ଏହା ଦ୍ୱାରା ଆକ୍ରାନ୍ତ ନିଜର କଥା କହିବା ଶକ୍ତି ହରାଇବାର ଆଶଙ୍କା ରହିଛି।

ଅପରପକ୍ଷରେ, ଦେଶରେ କରୋନାର ସବ-ଭାରିଆଣ୍ଟ ଜେଏନ.୧ (ବିଏ.୨.୮୬.୧.୧)ର ୨୨ଟି ମାମଲା ନିଶ୍ଚିତ ହୋଇଛି। ଜେନୋମ ପରୀକ୍ଷଣରୁ ଜଣାପଡିଛି ୯୦ ପ୍ରତିଶତ ମାମଲା କରୋନାର ଏକ୍ସବିବି ଭାରିଆଣ୍ଟ କାରଣରୁ ହୋଇଛି। ଦେଶରେ ଜେଏନ.୧ ମାମଲା କମ ରହିଛି।

Comments are closed.