ଫ୍ରାନ୍ସରେ ଅଟକି ଥିବା ବିମାନକୁ ମିଳିଲା ଉଡାଣ ଅନୁମତି

ନୂଆଦିଲ୍ଲୀ : ଫ୍ରାନ୍ସରେ ଭାରତୀୟଙ୍କୁ ନେଇଯାଉଥିବା ବିମାନକୁ ପୁଣି ଉଡାଣ ଭରିବାକୁ ଅନୁମତି ମିଳିଛି । ଫ୍ରାନ୍ସର ବେଣ୍ଟ୍ରି ବିମାନବନ୍ଦରରେରେ ମଣିଷ ଚାଲାଣର ଅଭିଯୋଗରେ ଅଟକ ରହିଥିବା ବିମାନକୁ ଶେଷରେ ଉଡାଣ ପାଇଁ ଅନୁମତି ଦିଆଯାଇଛି । ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଥିବା ଜଣାପଡିଥିଲା । ସୂଚନା ଅନୁସାରେ , ବିମାନଟି ବେଣ୍ଟ୍ରି ବିମାନବନ୍ଦରରେ ନିଜର ଇନ୍ଧନ ଭରିବା ପାଇଁ ଅଟକି ଥିଲା । ଏହି ସମୟରେ ଫ୍ରାନ୍ସର ଅଧିକାରୀ ମାନଙ୍କୁ ସୂଚନା ମିଳିଥିଲା ଯେ, ଏହି ବିମାନରେ ମଣିଷ ଚୋରା ଚାଲାଣ ପାଇଁ ଯାତ୍ରୀଙ୍କୁ ନିଆଯାଉଛି । ସେଥିପାଇଁ ସଙ୍ଗେ ସଙ୍ଗେ ବିମାନ ଉଡାଣକୁ ଅଟକ ରଖାଯାଇଥିଲା । ବେଣ୍ଟ୍ରି ବିମାନବନ୍ଦରର ରିସେପସନ୍ ହଲଟି ଯାତ୍ରୀଙ୍କ ଓ୍ବେଣ୍ଟିଂ ହଲରେ ପରିଣତ ହୋଇଯାଇଥିଲା । ସେଠାରେ ସମସ୍ତ ଯାତ୍ରୀଙ୍କୁ ଅଟକାଇ ରଖାଯାଇଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ଯାତ୍ରୀ ମାନଙ୍କୁ ବିମାନ ବନ୍ଦରର ପ୍ରବେଶ ହଲରେ ରଖାଯାଇଥିଲା । ଏବଂ ପ୍ରବେଶ ଏରିଆ ହଲକୁ ବନ୍ଦ କରିଦିଆଯାଇଥିଲା । ପୋଲିସ୍ ଏହି ଏରିଆରେ ଅଲଗା ଯାତ୍ରୀଙ୍କ ପ୍ରବେଶକୁ ମଧ୍ୟ ରୋକ୍ ଲଗାଇଥିଲା । ପ୍ୟାରିସ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଶୁକ୍ରବାର ଦିନ ଗିରଫ ହୋଇଥିବା ଦୁଇ ଜଣ ଯାତ୍ରୀଙ୍କୁ ପୁଣି ଶନିବାର ୪୮ ଘଣ୍ଟା ଧରି ପଚାରାଉଚାର କରାଯାଇଥିଲା । ଫ୍ରାନ୍ସରେ ରୋକା ଯାଇଥିବା ବିମାନଟିର ନାଁ ଥିଲା ଲିଜେଣ୍ଡ ଏୟାରଲାଇନ୍ସ । ଘଟଣା ପରେ ଏହି ଏୟାର ଲାଇନ୍ସର ଓକିଲ ଲିଲିୟାନା ବକାୟୋକୋ କହିଛନ୍ତି ଯେ, A340 ର ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ପଚାରାଉଚାର କରାଯିବା ପରେ ସମସ୍ତଙ୍କୁ ଛାଡିବା ପାଇଁ ଅନୁମତି ମିଳିଥିଲା । ବିମାନଟିକୁ ରୋକା ଯାଇଥିବା ଖବର ପାଇ ଭାରତୀୟ ଦୁତାବାସର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭାରତୀୟ ଦୁତାବାସ ଏହା ମଧ୍ୟ କହିଛି ଯେ , ବିମାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ କିଛି ଅସୁବିଧା ହେଲେ ସେମାନେ ଭାରତୀୟ ଦୁତାବାସଙ୍କ ସହ କଥା ହେବାର ସୁବିଧା ପାଇପାରିବେ ।

Comments are closed.