ହିନ୍ଦୁ, ମୁସ୍ଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମ ଆଧାରରେ ଗଣେଶ ମୂର୍ତ୍ତିଙ୍କୁ ନେଇ ବିବାଦ
ଭୁବନେଶ୍ୱର : ଉତ୍ସବମୁଖର ଓଡିଶା । ମଣ୍ଡପରେ ବିରାଜିତ ଗଜାନନ । ମାଲକାନଗିରି ପୂଜା ମଣ୍ଡପରେ ପୂଜା ପାଉଥିବା ତିନୋଟି ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତିକୁ ନେଇ ଦେଖାଦେଇଛ ବିବାଦ । ମାମଲକାନଗିରି ସଦର ମହକୁମା ସ୍ଥିତ ମେଡିକାଲ ଛକରେ ହିନ୍ଦୁ, ମୁସ୍ଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମ ଆଧାରରେ ତିନୋଟି ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଇଛି । ତେବେ ‘ସବ୍କା ମାଲିକ୍ ଏକ୍ ହୈ..’ ଥିମ୍ରେ ତିନିଟି ଭିନ୍ନ ଭିନ୍ନ ଧର୍ମୀୟ ସଂକେତଙ୍କୁ ଦର୍ଶାଉଥିବା ଏ ମୂର୍ତ୍ତିସବୁକୁ ନେଇ ବିବାଦ ଉପୁଜିଛି।
ଗଣେଶଙ୍କ ଏଭଳି ବିକୃତ ମୂର୍ତ୍ତି ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ଦର୍ଶାଇ ବିଶ୍ୱହିନ୍ଦୁ ପରିଷଦ ଏହାର ଦୃଢ଼ ବିରୋଧ କରିଛି । ଏନେଇ ସଙ୍ଗଠନର ଅଭିଯୋଗ ଆଧାରରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି ।
Comments are closed.