ଗିରଫ ହେଲେ କଂଗ୍ରେସ ବିବାଦୀୟ ମନ୍ତ୍ରୀ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ ଗିରଫ କରାଯାଇଛି। ସୋମବାର ତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ସେ କଂଗ୍ରେସ କର୍ମୀଙ୍କୁ କହୁଥିଲେ କି ‘ମୋଦୀ ନିର୍ବାଚନ ଶେଷ କରିଦେବେ। ମୋଦୀ ଧର୍ମ,ଜାତି ,ଭାଷା ଆଧାରରେ ବିଭାଜନ କରିବେ। ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁଙ୍କ ଜୀବନ ବିପଦରେ। ଯଦି ସମ୍ବିଧାନକୁ ସୁରକ୍ଷା ଦେବାର ଅଛି ତେବେ ମୋଦୀଙ୍କୁ ହତ୍ୟା କରିବାପାଇଁ ପ୍ରସ୍ତୁତ ରୁହ।’ ତାଙ୍କର ଏହି ବୟାନ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବେ ସେ ଗିରଫ ହୋଇଛନ୍ତି।

ଅବଶ୍ୟ ପରେ ସେହି ସମାନ ଭିଡିଓରେ କଂଗ୍ରେସ ନେତା କହିଛନ୍ତି ଯେ, ତାଙ୍କ ଭାଷଣରେ ବ୍ୟବହାର ହୋଇଥିବା ହତ୍ୟା ଶବ୍ଦକୁ ସେ ପରାଜୟ ଅର୍ଥରେ ବ୍ୟବହାର କରିଛନ୍ତି। ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାପାଇଁ ମୋଦୀଙ୍କୁ ନିର୍ବାଚନରେ ହରାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ପଟେରିଆ ତାଙ୍କର ଏହି ଟିପ୍ପଣୀକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ ସୁଦ୍ଧା ତାଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Comments are closed.