ଠିକାଦାରଙ୍କ ଝୁଲନ୍ତା ଶବ ଉଦ୍ଧାର

ଦଶପଲ୍ଲା, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ଦଶପଲ୍ଲା ପୁଲିସ୍ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ନୂତନ ଗୃହରୁ ଝୁଲନ୍ତା ଅବସ୍ଥାରେ ଥିବା ଠିକାଦାର ଚିତ୍ତରଞ୍ଜନ ପାତ୍ରଙ୍କ ଶବକୁ ଉଦ୍ଧାର କରିଛି । ମୃତ ଠିକାଦାର ଚିତ୍ତରଞ୍ଜନ ପାତ୍ରଙ୍କ ଘର ଦଶପଲ୍ଲା ବ୍ଲକ୍ ଡିହ ଗାଁର ବୋଲି ଜଣା ପଡିଛି । ନୂତନ ଗୃହ ନିର୍ମାଣ କାର୍ଯ୍ୟ ଠିକାଦାର ଦିବ୍ୟ ସୁନ୍ଦର୍ ଓ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଦେଖିବାକୁ ଯାଇଥିବା ବେଳେ ଝୁଲନ୍ତା ଶବ ଦେଖିଥିଲେ। ଖବର ପାଇ ଦଶପଲ୍ଲା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥଲେ। ତେବେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି।

Comments are closed.